ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ବୈଠକ : ଲକଡାଉନ୍ ଅବଧି ବୃଦ୍ଧି କରିବା ପାଇଁ ପ୍ରସ୍ତାବ ରଖିଲେ କେଜ୍ରିୱାଲ

903

କନକ ବ୍ୟୁରୋ : ଦେଶରେ ପ୍ରତିଦିନ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଭାଇରସ୍ ସଂକ୍ରମଣ  ରୋକିବା ନିମନ୍ତେ ଦେଶବ୍ୟାପୀ ଘୋଷିତ ୨୧ଦିନିଆ ଲକଡାଉନ୍ ସମୟସୀମା ବୃଦ୍ଧି କରାଯିବ କି, ନାହିଁ ତାହାର ମତାମତ ନେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଙ୍ଗ୍ ଜରିଆରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।

ସମଗ୍ର ଭାରତରେ ଲକଡାଉନର ସମୟସୀମା ଏପ୍ରିଲ୍ ୩୦ଯାଏଁ ବଢ଼ାଯାଉ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆଜି ଏହି ଭିଡିଓ କନଫରେନସିଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି । ଜାତୀୟ ସ୍ତରରେ ଏହି ନିଷ୍ପତ୍ତି ଗ୍ରହଣ କରାଯିବା ଆବଶ୍ୟକ । ରାଜ୍ୟମାନେ ନିଜ ସ୍ତରରେ ନିଷ୍ପତ୍ତି ନେଲେ ସେତେ ଫଳପ୍ରଦ ହେବନାହିଁ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ, ଯିଦି ଲକଡାଉନ୍ କୋହଳ କରାଯାଏ ତେବେ କୌଣସି ପ୍ରକାର ପରିବହନ ଆରମ୍ଭ ହେବା ଅନୁଚିତ ।

ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ  କହିଛନ୍ତି,  ସେ ଦିନରାତି ସବୁବେଳେ ଜାଗ୍ରତ ରହିଛି । ଯେକୌଣସି ସମୟରେ ତାଙ୍କ ସହ କଥାବାର୍ତ୍ତା କରି ପରାମର୍ଶ ଦେଇପାରିବେ।