ଚୀନରେ କରୋନା ଆତଙ୍କ ଭିତରେ ଭାରତୀୟଙ୍କୁ ସ୍ୱଦେଶ ଆଣିବା ପ୍ରକ୍ରିୟା ଜାରି : ଦ୍ୱିତୀୟ ଉଡାଣରେ ବୁହାନ ସହରରୁ ଭାରତ ଆସିଲେ ୩୨୩ ଯାତ୍ରୀ, ସ୍ୱତନ୍ତ୍ର କ୍ୟାମ୍ପରେ ରହି ହେବେ ଚିକିତ୍ସିତ

74

କନକ ବ୍ୟୁରୋ : ଚୀନରେ ମହାମାରୀର ରୂପ ନେଇଛି କରୋନା ଭୂତାଣୁ  । ଏଥି ମଧ୍ୟରେ ସରକାର ଫସିଥିବା ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା କାମ ଜାରି ରଖିଛନ୍ତି । ଶନିବାର ପ୍ରଥମ ଥର ଏୟାରଲିଫ୍ଟରେ ୩୨୪ ଭାରତୀୟ ବୁହାନରୁ ଭାରତ ଫେରିଥିଲେ । ଆଜି ଚୀନର ବୁହାନ ସହରରରୁ ଫେରିଛନ୍ତି ୩୨୩ ଜଣ ଭାରତୀୟ ।

ଏମାନଙ୍କ ସହ ମାଳଦ୍ୱୀପର ୭ ଜଣ ନାଗରିକ ମଧ୍ୟ ସାମିଲ ଅଛନ୍ତି । ମାଳଦ୍ୱୀପର ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ସାହିଦ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ ଟ୍ବିଟ୍ କରି ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି । ବୁହାନରୁ ଭୋର୍ ୩ଟାରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା ବିମାନ ।

ଚୀନରୁ ଫେରିଥିବା ଲୋକମାନେ ସେନାର ଦୁଇଟି ଶିବିରରେ ୧୪ ଦିନ ପାଇଁ ଡାକ୍ତରୀଦଳର ପ୍ରତ୍ୟକ୍ଷ ନିରୀକ୍ଷଣରେ ରହିବେ ଏବଂ ପରେ ଘରକୁ ଫେରିବେ । ଗତକାଲି ସକାଳେ ଉହାନ ସହରରୁ  ଏୟାର ଇଣ୍ଡିଆ ୩୨୪ ଜଣ ଭାରତୀୟଙ୍କୁ ଫେରାଇ ଆଣିଛନ୍ତି  ଭାରତ ସରକାର ।

ସେପଟେ ଆଜି କେରଳରେ ଆଉ ଜଣେ କରୋନାଭାଇରସ୍ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ସେ ଲୋକଜଣକ ଚୀନ୍ ଯାତ୍ରା କରିଥିଲେ । ତାଙ୍କୁ ଏବେ ଆଇସୋଲେସନ୍ ଓ୍ଵାର୍ଡରେ ରଖାଯାଇଛି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ ଚିକିତ୍ସକମାନେ ତାଙ୍କୁ ଅନୁଧ୍ୟାନ କରୁଛନ୍ତି ।

Comments are closed.