ଗଞ୍ଜାମରେ ନିୟନ୍ତ୍ରଣ ବାହାରେ କରୋନା : ୬ ଦିନରେ ୪୭ ପଜିଟିଭ । ଦୁଇ ଦିନରେ ସଙ୍ଗୀନ ପରିସ୍ଥିତି । ସୁରତ ଫେରନ୍ତାଙ୍କ ପାଇଁ ବିସ୍ଫୋରକ ସ୍ଥିତି ।

1,165

ସଂକ୍ରମଣ ପାଇଁ ଗଞ୍ଜାମରେ ସଙ୍ଗୀନ ସ୍ଥିତି । ଗତକାଲି କେବଳ ଗଞ୍ଜାମରେ ୨୪ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ସକାଳ ସୁଦ୍ଧା ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାତ୍ର ୨ ଦିନ ଭିତରେ ଏତେ ସଂଖ୍ୟାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭ରେ ପହଞ୍ଚିଛି । ଗତ କିଛି ଦିନ ପୂର୍ବରୁ ଶୂନରେ ଥିବା ଗଞ୍ଜାମ ଏବେ ଯାଜପୁରକୁ ବି ଟପିଯିବ ପରି ଲାଗୁଛି । ଅଳ୍ପ ଦିନରେ ଗଞ୍ଜାମରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବା ଥୟ ।   ଗତକାଲି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ହୋଇଥିବା ବେଳେ ଆଜି ଚିହ୍ନଟ ୧୯ ଜଣଙ୍କ ମଧ୍ୟରୁ ୧୮ ଜଣ ଆକ୍ରାନ୍ତ ଆକ୍ରାନ୍ତଙ୍କର ସୁରତ୍ ଲିଙ୍କ୍ ରହିଛି  ।

ଏବେ ସୁଦ୍ଧା ରାଜ୍ୟରେ ମୋଟ୍ ୬୬ ଜଣ ସୁରଟ୍ ଫେରନ୍ତା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୪୭ ଜଣ, ମୟୁରଭଞ୍ଜରୁ ୫ ଓ କେନ୍ଦ୍ରାପଡ଼ାରୁ ୪ ଓ ଜଗତସିଂହପୁରରୁ ୪ ଜଣ ଏବେ ସୁଦ୍ଧା ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକରୁ ୨, ବାଲେଶ୍ୱରରୁ ୨, କଟକରୁ ଜଣେ ଚିହ୍ନଟ ହୋଇଛନ୍ତି ।

ସୁରତରୁ ଜିଲ୍ଲାକୁ ଆସିଥିବା ଦେଢ଼ ଲକ୍ଷରୁ ୨ ଲକ୍ଷ ଶ୍ରମିକମଧ୍ୟରୁ ମାତ୍ର ୧୦ରୁ ୧୫ ପ୍ରତି୍ତ ଆସିଥିବା ବେଳେ ଜିଲ୍ଲାର ପରିସ୍ଥିତି ଏବେ ଠାରୁ ସଙ୍ଗୀନ ହେଉନି । ତେବେ ସମସ୍ତ ପ୍ରବାସୀ ଓଡ଼ିଶା ଫେରିଲେ କରୋନାକୁ ରୋକିବା କେତେ କଷ୍ଟକର ତାହା ସ୍ପଷ୍ଟ ହେଉଛି । କେବଳ ଗଞ୍ଜାମ ଜିଲ୍ଲାର ୪ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ରାଜ୍ୟ ବାହାରେ ରହିଛନ୍ତି । ଲକ୍‌ଡାଉନ୍‌ ଯୋଗୁଁ ଲୋକମାନେ ଫେରି ନ ପାରି ଫସି ରହିଥିଲେ। ଲକ୍‌ଡାଉନ୍‌ କୋହଳ ହେବା ପରେ ବାହାର ରାଜ୍ୟରୁ କେତେ ଲୋକ ଫେରିବେ ଜିଲ୍ଲା ପ୍ରଶାସନ ତାହାର ଏକ ପ୍ରାକ୍‌ ଆକଳନ କରିଥିଲା । ଜିଲ୍ଲା ପ୍ରଶାସନର ପ୍ରାକ୍‌ ଆକଳନ ଅନୁଯାୟୀ ୨ଲକ୍ଷ ୮୦ହଜାର ଫେରିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଫେରିବାକୁ ଚାହୁଁଥିବା ଲୋକମାନେ ରାଜ୍ୟ ସରକାରଙ୍କ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ବାଧ୍ୟ୍ୟତାମୂଳକ କରାଯାଇଛି । ଜିଲ୍ଲାକୁ ଫେରିବା ଲାଗି ଏଯାଏ ୨ଲକ୍ଷରୁ ଅଧିକ ଲୋକଙ୍କ ପଞ୍ଜୀକରଣ କରିଛନ୍ତି । କିନ୍ତୁ ଲକ୍‌ଡାଉନ୍‌ ଅବଧି କୋହଳ ନ ହେଉଣୁ ଅର୍ଥାତ ଏପ୍ରିଲ ୨୮ତାରିଖଠାରୁ ସୁରତ ରହୁଥିବା ଶ୍ରମିକଙ୍କ ଘର ବାହୁଡ଼ା ଆରମ୍ଭ ହୋଇଛି । ଇତିମଧ୍ୟରେ ଲକ୍‌ଡାଉନ୍‌ କଟକଣା କୋହଳ ହେବା ସହିତ ବାହାର ରାଜ୍ୟରେ ଫସିଥିବା ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରିବା ଲାଗି କେନ୍ଦ୍ର ଅନୁମତି ଦେବା ସହିତ ନିୟମାବଳୀ ଜାରି କରିଛନ୍ତି । କେରଳ, ତାମିଲନାଡ଼ୁ, ଆନ୍ଧ୍ର ଓ ଗୁଜୁରାଟ ଆଦି ରାଜ୍ୟରେ ଫସିଥିବା ଶ୍ରମିକ ଓ ଲୋକମାନେ ହଜାର ହଜାର ସଂଖ୍ୟାରେ ଜିଲ୍ଲାକୁ ଫେରୁଛନ୍ତି ।

ତେବେ ଗତକାଲି  ଓଡ଼ିଶା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଜନସାଧାରଣଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ଦେଇଛି । ଓଡ଼ିଶା ଫେରିବା ଲାଗି ପଞ୍ଜୀକରଣ କରିଥିବା ବ୍ୟକ୍ତି ସମ୍ପୃକ୍ତ ସ୍ଥାନରେ କରେନା ପରୀକ୍ଷା କରି ନେଗେଟିଭ୍‌ ରିପୋର୍ଟ ମିଳିଲେ ଯାଇ ଓଡ଼ିଶା ଆସିପାରିବେ ବୋଲି ହାଇକୋର୍ଟ ନି‌ର୍ଦ୍ଦେଶ ଦେବା ପରେ ‌ଶୁକ୍ରବାର ସୁରତ ଛାଡ଼ିବାକୁ ଥିବା ୩ଟି ଯାକ ଟ୍ରେନ୍ ବାତିଲ ହୋଇଯାଇଛି । ହାଇକୋର୍ଟ ରାୟ ଅନୁସାରେ ଯେଉଁ ଓଡ଼ିଆ ଶ୍ରମିକଙ୍କ ରପୋର୍ଟ ନେଗେ‌ଟିଭ୍ ରହିବ, ସେମାନଙ୍କୁ ହିଁ କେବଳ ଓଡ଼ିଶା ଯିବାକୁ ଅନୁମତି ମିଳିବ ବୋଲି ଦର୍ଶାଇ ସୁରତ ଜିଲ୍ଲାପାଳ ଟ୍ରେନ୍ ବାତିଲ କରାଯାଇଥିବା ଘୋଷଣା କରିଛନ୍ତି । ଏଭଳି ଅଙ୍କୁଶ ଫଳରେ ଏଣିକି ଜିଲ୍ଲାକୁ ସୁରତ ଫେରନ୍ତାଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି କୁହାଯାଉଛି ।