କରୋନା ଆତଙ୍କ : ତଥ୍ୟ ଲୁଚାଉଛି ଚୀନ୍‌,ଦେଢ଼ ଲକ୍ଷ ଆକ୍ରାନ୍ତ ଆଶଙ୍କା

Advertisment
କରୋନାର କୋକୁଆ ଭୟ । ଭାରତରେ ୩୪ରେ ପହଞ୍ଚିଲାଣି ଆକ୍ରାନ୍ତଙ୍କ ସଂଖ୍ୟା

କନକ ବ୍ୟୁରୋ : ଚୀନ୍‌ରେ କରୋନା ଭାଇରସ୍‌ ଆତଙ୍କ ଥମିବାର ନାମ ନେଉନାହିଁ । ପ୍ରତିଦିନ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ଗତକାଲି ଚୀନ୍‌ରେ ୧୧୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଚୀନ୍‌ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ଏବଂ ମୃତ୍ୟୁ ସଂଖ୍ୟା ଆଜି ସୁଦ୍ଧା ୨୧୨୮ରେ ପହଞ୍ଚିଛି । ଅନ୍ୟପକ୍ଷରେ ଚୀନ୍‌ରେ ପ୍ରତିଦିନ ପ୍ରାୟ ୨୫ ଶହ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏହି ସଂଖ୍ୟା ଗତକାଲିଠାରୁ ହଠାତ୍‌ କମିଯାଇଛି ଏବଂ ଚୀନ୍‌ର ହୁୱେଇ ପ୍ରଦେଶ‌େରେଏହା ୩୪୯କୁ ଖସି ଆସିଛି। ହୁୱେଇରେ ପ୍ରତିଦିନ ପ୍ରାୟ ୧୭ ଶହ ମାମଲା ସାମ୍ନାକୁ ଆସୁଥିବା ବେଳେ ଏହି ସଂଖ୍ୟାରେ ବଡ଼ ଧରଣର ହ୍ରାସ ଘଟିଛି ବୋଲି ଚୀନ୍‌ କର୍ତ୍ତୃପକ୍ଷ ଦର୍ଶାଇଛନ୍ତି ।

ତେବେ ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ ଚୀନ୍‌ ବିଭ୍ରାନ୍ତି ସୃଷ୍ଟି କରୁଛି ଏବଂ ମିଥ୍ୟା ତଥ୍ୟ ଦେଉଛି ବୋଲି ଅନେକ ମାନବାଧିକାର ସଙ୍ଗଠନ ଆଶଙ୍କା ବ୍ୟକ୍ତ କରିଛନ୍ତି । କେବଳ ହୁୱେଇ ପ୍ରଦେଶରେ ୭୦ ହଜାର ଲୋକଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥାରେ ରଖି ଚିକିତ୍ସା କରାଯାଉଛି । ଚୀନ୍‌ରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ ଲକ୍ଷ ଟପିଥିବା ଆଶଙ୍କା କରାଯାଉଛି। କରୋନା (ସିଓଭିଆଇଡି-୧୯)ର କେନ୍ଦ୍ର ବୋଲି କୁହାଯାଉଥିବା ଉହାନ୍‌ ସହରରେ ଏବେ ବି ସ୍ଥିତି ସାଂଘାତିକ ରହିଛି ଏବଂ ଲୋକଙ୍କୁ ଘରୁ ବାହାରିବା ପାଇଁ ବାରଣ କରାଯାଇଛି । ଯାଞ୍ଚ ଦଳ ଘରକୁ ଘର ବୁଲି ଆକ୍ରାନ୍ତଙ୍କ ସଂପର୍କରେ ଖବର ସଂଗ୍ରହ କରୁଛନ୍ତି ଏବଂ ସନ୍ଦିଗ୍ଧଙ୍କୁ ତୁରନ୍ତ ସ୍ବତନ୍ତ୍ର ତଦାରଖ ଶିବିରରେ ଭର୍ତ୍ତି କରାଯାଉଛି  । ସରକାରୀ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ବୋଲି ଦର୍ଶାଯାଇଛି ।

ଚୀନ୍‌ରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ଏବେ ବିଶ୍ବର ୨୮ଟି ରାଷ୍ଟ୍ରରେ ପହଞ୍ଚି ସାରିଛି । ଇରାନ୍‌ରେ ଆଜି କରୋନାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିବା ପରେ ଆତଙ୍କ ଖେଳିଯାଇଛି  । ପୂର୍ବରୁ ହଂକଂ, ଫିଲିପାଇନ୍ସ, ତାଇୱାନ, ଜାପାନ ଏବଂ ଫ୍ରାନ୍ସରେ ମଧ୍ୟ କରୋନା ମୃତ୍ୟୁ ଘଟିଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏ ଦିଗରେ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ କହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe