ଆଜି କରୋନା ନେଇ ଭିଡିଓ ମେସେଜରେ ବଡ଼ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ : କଡ଼ା ପଦକ୍ଷେପ ନେଇ ହୋଇପାରେ ଘୋଷଣା

5,526

କନକ ବ୍ୟୁରୋ : କରୋନା ମହାମାରୀରେ ପରିଣତ ହେବା ପୂର୍ବରୁ ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର । ତେବେ ଆଜି କରୋନା ନେଇ ଭିଡିଓ ମେସେଜରେ ବଡ଼ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ବୋଲି ସୂଚନା ମିଳିଛି । ରାଜ୍ୟରେ ଜାରି ହୋଇଥିବା କଟକଣାକୁ ଆହୁରି କଡ଼ାକଡ଼ି କରିବା ପାଇଁ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ।

ସେପଟେ ଆଜି ମଧ୍ୟ ରାତ୍ରୀରୁ ମାର୍ଚ୍ଚ ୨୯ ତାରିଖ ଯାଏଁ ରାଜ୍ୟର ୩୦ଟି ଜିଲ୍ଲାରେ ତାଲା ବନ୍ଦ ପାଳନ କରାଯିବ । ଏନେଇ ଆଜି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି । ତାଲା ବନ୍ଦ କଟକଣା ସତ୍ୱେ ଅତ୍ୟାବଶୀୟ ସାମଗ୍ରୀ ଦୋକାନ ଓ ଜରୁରୀ ସେବା ଖୋଲା ରହିବ । ପୂର୍ବଭଳି ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ, ଅଗ୍ନିଶମ, ପେଟ୍ରୋଲ ପମ୍ପ, ପନିପରିବା, ମାଛ ମାଂସ ଓ କ୍ଷୀର ଦୋକାନ ଖୋଲା ରହିବ ।

ଲକ୍ ଡାଉନକୁ କଡାକଡି କରିବା ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି । ରାଜ୍ୟ ସରକାର ଏମିତି କରିବାର କାରଣ ରାଜ୍ୟବାସୀଙ୍କୁ ଭୂତାଣୁ ଠାରୁ ଦୂରେଇ ରଖିବା । ଏବଂ ସାମଜିକ ଦୂରତା ରକ୍ଷା କରିବା ପାଇଁ ଏଭଳି ଏକ ନିଷ୍ପତି ହୋଇଛି । ରାଜ୍ୟବାସୀ ଏହାକୁ ମାନି ନିଜକୁ ସୁରକ୍ଷିତ ରଖିବା ସହ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ ବୋଲି ପରାମର୍ଶ ଦେଇଛନ୍ତି କରୋନା ମୁଖପାତ୍ର ସୁବ୍ରତ ବାଗଚୀ ।