କନକ ବ୍ୟୁରୋ : କରୋନା ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା । ସଂକ୍ରମଣ ଠାରୁ ଦୂରେଇ ରହିବା ସଂଗରୋଧ କରିବା ପାଇଁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ରାଜ୍ୟର ୫ଟି ଜିଲ୍ଲା ଓ ୮ଟି ସହରକୁ ଲକ୍ ଡାଉନ ବା ତାଲା ବନ୍ଦ କରିବା ପାଇଁ ଘୋଷଣା କରାଯାଇଛି । ୨୨ ମାର୍ଚ୍ଚ ରବିବାର ସକାଳ ୭ଟାରୁ ୨୯ ମାର୍ଚ୍ଚ ରାତି ୯ଟା ଯାଏଁ ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।
- ସବର୍ସାଧାରଣ ସ୍ଥାନରେ ୭ରୁ ଅଧିକ ଲୋକ ଏକାଠି ହେବେ ନାହିଁ
- କରୋନା ମୁକାବିଲାରେ ସହଯୋଗ କରୁଥିବା ଘରୋଇ ଅନୁଷ୍ଠାନ ଖୋଲା
- କୌଣସି ଦ୍ୱନ୍ଦ୍ୱ ହେଲେ ଜିଲ୍ଲାପାଳ, ପୌର ଅଧିକାରୀ ନିଷ୍ପତ୍ତି ନେବେ
- ପୁଲିସ୍ କମିଶନର ଓ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଇବେ
- ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ହେବ
- IPC ୧୮୮ ଧାରା ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ
- IPC ୧୮୮ ଧାରାରେ ଜେଲ୍ ଦଣ୍ଡ ଓ ଜରିମାନାର ବ୍ୟବସ୍ଥା ରହିଛି