୯୩୫୨ ଛୁଇଁଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ମୃତ୍ୟୁ ସଂଖ୍ୟା ୩୨୪କୁ ବୃଦ୍ଧି, ସୁସ୍ଥ ହୋଇ ଘରକୁ ଫେରିଲେଣି ୯୮୦ଜଣ

586

କନକ ବ୍ୟୁରୋ : ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯୩୫୨ ଥିବାବେଳେ ସେଥିରୁ ୯୮୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୩୨୪ ଜଣଙ୍କର ମୃତ୍ୟୁ ହୋଇଛି । ଗତ ୨୪ ଘଂଟା ଭିତରେ ୨୧୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି । ସେହିପରି ୨୪ ଘଂଟାରେ ୯୦୫ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୫୧ ଜଣଙ୍କର ମୃତ୍ୟୁ ହୋଇଛି ।

ମହାରାଷ୍ଟ୍ରରେ ସର୍ବାଧିକ ୧୯୮୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୨୧୭ ଜଣ ସୁସ୍ଥ ହୋଇଛନ୍ତି ଓ ୧୪୯ ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୫୪ରେ ପହଁଚିଛି ଓ ମୃତ୍ୟୁ ସଂଖ୍ୟା ୨୪ ପାର କରିଛି । ତାମିଲନାଡୁରେ ୧ ହଜାର ୭୫ ଜଣ ଆକ୍ରାନ୍ତ ହୋଇଛନ୍ତି ଓ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ରାଜସ୍ଥାନରେ ୮୧୨ ଜଣ ଆକ୍ରାନ୍ତ ହୋଇଥିବାବେଳେ ୩ଜଣଙ୍କର ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶରେ ୬୦୪ ଜଣ ସଂକ୍ରମିତ ହୋଇଥିବାବେଳେ ୪୩ ଜଣଙ୍କର ମୃତ୍ୟୁ ହୋଇଛି ।

ଗୁଜୁରାଟରେ ୫୩୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ୨୬ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ କାଲି ସୁଦ୍ଧା ୨ ଲକ୍ଷରୁ ଅଧିକ ଲୋକଙ୍କ ନମୂନା ପରୀକ୍ଷା ହୋଇଛି । ଏବଂ ଆସନ୍ତା ୬ ସପ୍ତାହ ପର୍ଯ୍ୟନ୍ତ ନମୂନା ପରୀକ୍ଷା ହେବାକୁ ପର୍ଯ୍ୟାପ୍ତ ପରିମାଣରେ କିଟ୍ ରହିଥିବା ଆଇସିଏମ୍ଆର ପକ୍ଷରୁ କୁହାଯାଇଛି ।