କନକ ବ୍ୟୁରୋ : ଚୀନରେ ଦେଖିବାକୁ ମିଳିଛି କରୋନାର କରାଳ ରୂପ । ଶେଷ ଖବର ସୁଦ୍ଧା ଚୀନରେ ଏହି ମାରାତ୍ମକ ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ୧୧୦୫ କୁ ବୃଦ୍ଧି ହୋଇଛି । ସାରା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୧୧୧୨ ରେ ପହଁଚି ଗଲାଣି । ଚୀନରେ କରୋନା ଆକ୍ରାନ୍ତ ସଂଖ୍ୟା ୪୪ ହଜାର ୨୭୬ ରହିଥିବା ବେଳେ ବିଶ୍ୱରେ ୪୪ ହଜାର ୭୫୪ ରେ ପହଁଚି ଯାଇଛି ଆକ୍ରାନ୍ତ ସଂଖ୍ୟା  । ସଦ୍ୟ ଜାରି ହୋଇଥିବା ରିପୋର୍ଟ ଅନୁସାରେ ବିଶ୍ୱର ୨୮ ଟି ଦେଶରେ ଏହି ମାରାତ୍ମକ ଭୂତାଣୁ ସ୍ଥିତି ଜାହିର କରିସାରିଲାଣି । ଆଗକୁ ଏହା ଅଧିକ ଦେଶକୁ ବ୍ୟାପିବା ଆଶଙ୍କା ବି ରହିଛି ।

Advertisment

publive-image

ଚୀନରେ ସହର ନାଁ ଜିଝିଙ୍ଗ । ପ୍ରତି ମିନିଟରେ ଏଠାରେ ହଜାର ହଜାର ଲୋକଙ୍କ ଯା ଆସ ହୋଇଥାଏ । କରୋନା ଆତଙ୍କରେ ସହର ଦିଶୁଛି ଖାଁ ଖାଁ । ଯୁଆଡେ ନଜର ପକାଇବେ ଲୋକ ଟିଏ ବି ଦିଶୁନି । ସହରରେ ବୁଲୁଛନ୍ତି କାଉ । ଚୀନ ପ୍ରଶାସନ କିଭଳି ଭାବରେ କରୋନା ଭୂତାଣୁ ସଂକ୍ରମଣକୁ କାବୁ କରିବେ କିଛି ବୁଦ୍ଧିବାଟ ପାଉନାହାନ୍ତି । ଆକ୍ରାନ୍ତ ଲୋକଙ୍କ ସଂସ୍ପର୍ଶରେ ଆସିଲେ ଏହି ରୋଗ ବ୍ୟାପୁଥିବାରୁ ଏବେ ଲୋକଙ୍କୁ ଘରୁ ପଦାକୁ ବାହାରିବା ଉପରେ ଲାଗିଛି କଟକଣା ।

publive-image

ସେପଟେ ଆକ୍ରାନ୍ତ ଅଂଚଳରେ ଚୀନ ପ୍ରଶାସନ ଲୋକଙ୍କ ଘରର ଫାଟକକୁ ୱେଲଡିଂ କରିବା ଆରମ୍ଭ କରିଦେଲାଣି । ଅର୍ଥାତ୍ କରୋନା ଭୟରେ ନିଜ ଘରେ ନିଜେ ଗୃହ ବନ୍ଦୀ ରହିବାକୁ ବାଧ୍ୟ । କିଛି ଦିନ ତଳେ କରୋନା ଭୂତାଣୁ ସଂକ୍ରମଣ ଲୁଚାଇବେ ଲୋକେ ଗିରଫ ହେବେ ବୋଲି ଘୋଷଣା କରିଥିଲେ । ଏବେ ଆକ୍ରାନ୍ତ ଅଂଚଳରେ ଲୋକଙ୍କୁ ଏହା ଠାରୁ ରକ୍ଷା କରିବାକୁ ଘର ଗୁଡିକୁ ଖୋଜି ଖୋଜି ସିଲ୍ କରିଦେଉଛି ଚୀନ ପ୍ରଶାସନ ।