କନକ ବ୍ୟୁରୋ : ରାଜଧାନୀକୁ ଫେରିଲା କରୋନା । ରାଜ୍ୟରେ ଚିହ୍ନଟ ହୋଇଥିବା ୧୪୬ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାର ସର୍ବାଧିକ ୧୯ଜଣ ରହିଛନ୍ତି । ତେବେ ବଡ କଥା ହେଉଛି ଭୁବନେଶ୍ୱରରେ ୪ଜଣଙ୍କୁ ଚିହ୍ନଟ କରାଯାଇଛି । ବିଏମସି ଅଂଚଳର ୪ଜଣ ଆକ୍ରାନ୍ତ ହୋମ କ୍ୱାରେଂଟିନରେ ଥିଲେ । ଚନ୍ଦ୍ରଶେଖରପୁର ଅଂଚଳରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଜଣକ ୨୮ବର୍ଷୀୟ ଯୁବକ ଏବଂ ସେ ହାଇଦ୍ରାବାଦରୁ ଫେରି ହୋମ କ୍ୱାରେଂଟିନରେ ରହିଥିଲେ ।
ସେହିପରି ଡୁମଡୁମା ଅଂଳର ୨୯ବର୍ଷୀୟ ଯୁବକଙ୍କ ଦେହରେ କରୋନା ଭୂତାଣୁ ମିଳିଛି । ଏବଂ ସେ ଦିଲ୍ଲୀରୁ ଫେରିଥିବା ସୂଚନା ରହିଛି । ସେହିପରି ପଟିଆ ଅଂଚଳରୁ ଚିହ୍ନଟ ହୋଇଥିବା ଦୁଇ ଜଣ ଗୋଟିଏ ପରିବାର । ୩୪ବର୍ଷୀୟ ପୁରୁଷ ଓ ୨୬ବର୍ଷୀୟ ମହିଳା ସେମାନେ ଦିଲ୍ଲୀରୁ ଫେରି ହୋମ କ୍ୱାରେଂଟିନରେ ରହିଥିଲେ । ବର୍ତ୍ତମାନ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଙ୍ଗ ଚାଲିଥିବା ବେଳେ ତାଙ୍କ ଘର ପାଖାପାଖି ଅଞ୍ଚଳ ସାନିଟାଇଜ କରାଯିବା ସହ ଆଖପାଖ ପଡୋଶୀଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇଛି |
ରାଜଧାନୀରେ ଏବେ ସୁଦ୍ଧା ୯୩ଟି ପଜିଟିଭ ମାମଲା ରହିଥିବା ବେଳେ ୫୩ ଜଣ ସୁସ୍ଥ ହୋଇସାରିଛନ୍ତି | ସେହିପରି ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୭ଟି ସକ୍ରିୟ ମାମଲା ରହିଛି |
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/33.jpg)