ରାଜ୍ୟରେ ଦ୍ରୁତଗତିରେ ବଢୁଛି କରୋନା ସଂକ୍ରମଣ । ପ୍ରଥମ ୧ହଜାର ଆକ୍ରାନ୍ତଙ୍କ ପାଇଁ ଲାଗିଲା ୬୪ଦିନ । ଦ୍ୱିତୀୟ ହଜାରେ ପାଇଁ ୧୨ଦିନ ଓ ତୃତୀୟ ହଜାରେ ପାଇଁ ୮ଦିନ । ଏବେ ପ୍ରତିଦିନ ବଢୁଛି ଶହେ ଉପରେ ପଜିଟିଭଙ୍କ ସଂଖ୍ୟା ।

400

କନକ ବ୍ୟୁରୋ : ହୁ ହୁ ବଢ଼ୁଛି ସଂକ୍ରମଣ । ରାଜ୍ୟରେ ଦ୍ରୁତଗତିରେ ବଢୁଛି କରୋନା ସଂକ୍ରମଣ । ରାଜ୍ୟରେ ପ୍ରଥମ ଆକ୍ରାନ୍ତରୁ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପହଂଚିବା ପାଇଁ ୬୪ ଦିନ ଲାଗିଥିଲା । ସେହିପରି ଦ୍ୱିତୀୟ ହଜାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପାଇଁ ୧୨ ଦିନ ସମୟ ଲାଗିଲା । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ତୃତୀୟ ହଜାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପାଇଁ ଲାଗିଲା ମାତ୍ର ୮ ଦିନ । ଏବେ ପ୍ରାୟ ପ୍ରତିଦିନ ବଢୁଛି ୧୦୦ ଉପରେ ପଜିଟିଭଙ୍କ ସଂଖ୍ୟା ।

ସେପଟେ ରାଜଧାନୀକୁ ଫେରିଲା କରୋନା । ରାଜ୍ୟରେ ଚିହ୍ନଟ ହୋଇଥିବା ୧୪୬ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାର ସର୍ବାଧିକ ୧୯ଜଣ ରହିଛନ୍ତି । ତେବେ ବଡ କଥା ହେଉଛି ଭୁବନେଶ୍ୱରରେ ୪ଜଣଙ୍କୁ ଚିହ୍ନଟ କରାଯାଇଛି । ବିଏମସି ଅଂଚଳର ୪ଜଣ ଆକ୍ରାନ୍ତ ହୋମ କ୍ୱାରେଂଟିନରେ ଥିଲେ ।  ଚନ୍ଦ୍ରଶେଖରପୁର ଅଂଚଳରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଜଣକ ୨୮ବର୍ଷୀୟ ଯୁବକ ଏବଂ ସେ ହାଇଦ୍ରାବାଦରୁ ଫେରି ହୋମ କ୍ୱାରେଂଟିନରେ ରହିଥିଲେ । ସେହିପରି ଡୁମଡୁମା ଅଂଳର ୨୯ବର୍ଷୀୟ ଯୁବକଭ୍କ ଦେହରେ କରୋନା ଭୂତାଣୁ ମିଳିଛି । ଏବଂ ସେ ଦିଲ୍ଲୀରୁ ଫେରିଥିବା ସୂଚନା ରହିଛି । ସେହିପରି ପଟିଆ ଅଂଚଳରୁ ଚିହ୍ନଟ ହୋଇଥିବା ଦୁଇ ଜଣ ଗୋଟିଏ ପରିବାର । ୩୪ବର୍ଷୀୟ ପୁରୁଷ ଓ ୨୬ବର୍ଷୀୟ ମହିଳା ସେମାନେ ଦିଲ୍ଲୀରୁ ଫେରି ହୋମ କ୍ୱାରେଂଟିନରେ ରହିଥିଲେ ।

ଅନ୍ୟପଟେ ବିପଦରେ କରୋନା ଯୋଦ୍ଧା । ରାଜ୍ୟରେ ୧୪୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଏନଡିଆରଏଫ ଓ  ଓଡ୍ରାଫର ୬୧ ଜଣ ଜଣ ଯବାନ ଅଛନ୍ତି । ସେମାନେ ଅମ୍ପାନ ବେଳେ ପଶ୍ଚିମବଙ୍ଗ ଯାଇ ଫେରିବା ପରେ କ୍ୱାରେନଟିନରେ ଥିଲେ । ୧୪୬ଜଣଙ୍କ ମଧ୍ୟରୁ ଜଗତସିଂହପୁରରୁ ୮ ଜଣ, କେନ୍ଦୁଝରରୁ ୨ ଜଣ, କଟକରୁ ୨ ଜଣ, ମାଲକାନଗିରିରୁ ଜଣେ, ଖୋର୍ଦ୍ଧାରୁ ୧୯ ଜଣ,ନୟାଗଡରୁ ୩ ଜଣ, ଯାଜପୁରରୁ ଜଣେ ଚିହ୍ନଟ ହୋଇଛନ୍ତି । ସେହିପରି ମୟୁରଭଂଜ ଓ କଳାହାଣ୍ଡିରୁ ୩ ଜଣ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ,ବଲାଙ୍ଗୀରରୁ ଜଣେ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କନ୍ଧମାଳ ଓ କେନ୍ଦ୍ରାପଡାରୁ ୨ ଜଣ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଂଜାମରୁ ୧୮, ସୁନ୍ଦରଗଡରୁ ୭, ଓ ବାଲେଶ୍ୱର ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ୨୭ ଜଣ କ୍ୱାରେନଟିନ ସେଂଟରରୁ ଥିବା ବେଳେ  ଓ ୧୯ ଜଣ ସ୍ଥାନୀୟ ଅଂଚଳର ଅଛନ୍ତି ।

ସେହିପରି ରାଜ୍ୟରେ ୧୨ ଅଗ୍ନିଶମ କର୍ମଚାରୀଙ୍କୁ କରୋନା ଆକ୍ରାନ୍ତ । ଅଗ୍ନିଶମ କର୍ମଚାରୀ କରୋନା ଆକ୍ରାନ୍ତ ନେଇ ଅଗ୍ନିଶମ ଡିଜି ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି । ୧୨ ଜଣ ଅଗ୍ନିଶମ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି  । ବାତ୍ୟା ପୁନରୁଦ୍ଧାର ପାଇଁ ଏମାନେ କୋଲକତା ଯାଇ ଫେରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦିଆଯାଉଥିବା କହିଛନ୍ତି ଅଗ୍ନିଶମ ଡିଜି ।