ଯାଜପୁରର କଣ୍ଟେନମେଣ୍ଟ ଜୋନ ଉପରେ କଡା ନଜର : ପ୍ରବେଶ ପଥ ସିଲ କରି ଯାଂଚ କରୁଛି ପୁଲିସ, ଅନ୍ତଃଜିଲ୍ଲା ସୀମାରେ ବି ଚେକିଂ ଜୋରଦାର

Advertisment
ଯାଜପୁରର କଣ୍ଟେନମେଣ୍ଟ ଜୋନ ଉପରେ କଡା ନଜର : ପ୍ରବେଶ ପଥ ସିଲ କରି ଯାଂଚ କରୁଛି ପୁଲିସ, ଅନ୍ତଃଜିଲ୍ଲା ସୀମାରେ ବି ଚେକିଂ ଜୋରଦାର

କନକ ବ୍ୟୁରୋ : ଯାଜପୁରରେ ସୋମବାର ଆଉ ୪ ଟି କରୋନା ପଜିଟିଭି ଚିହ୍ନଟ ପରେ ପ୍ରଶାସନ ପଦକ୍ଷେପ । ଏରବାଙ୍କ ପଂଚାୟତର ୩ଟି ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଏରବାଙ୍କ, ଇନ୍ଦାରୋଇ ଓ ରଘୁନାଥପୁର ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏହାପରେ ପୁଲିସ ପ୍ରଶାସନ ତରଫରୁ ତିନି ଗାଁର ପ୍ରବେଶ ପଥକୁ ସିଲ କରାଯାଇଛି ।

ଗାଁରୁ କେହି ବାହାରିବା ଉପରେ କଟକଣା ରହିଥିବା ବେଳେ ଗାଁ ଭିତରକୁ କୌଣସି ଲୋକଙ୍କୁ ଛଡା ଯାଉ ନାହିଁ । ଏହି ତିନି ଗାଁରେ ମେ ୧୮ ତାରିଖ ପର୍ଯ୍ୟନ୍ତ କଂଟେନମେଂଟ ଜୋନ ଜାରି ରହିବ । ସେହିପରି ଆଜି ଯାଜପୁର ଜିଲ୍ଲାର ୪ଟି ଗାଁ ଯାଜପୁର ବ୍ଲକର ପଣସା ଓ ବାସୁଦେବପୁର ଗାଁ, କୋରେଇ ବ୍ଲକର ମୁକନ୍ଦପୁର ଓ ଦଶରଥପୁର ବ୍ଲକର ବିରଜାପୁର ଗାଁର କଂଟେନମେଂଟ ଜୋନ ଅବଧି ଆଜି ଶେଷ ହୋଇଥାନ୍ତା । ତେବେ ଏହି ୪ଟି ଗାଁର କଂଟେନମେଂଟ ଜୋନ ଅବଧିକୁ ମେ ୧୮ ତାରିଖ ଯାଏଁ ବୃଦ୍ଧି କରାଯାଇଥିବା ଘୋଷଣା କରିଛି ଜିଲ୍ଲାପ୍ରଶାସନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe