କରୋନା ଭୟରେ ପ୍ରାୟ ୪ ହଜାରରୁ ଅଧିକ କୁକୁଡାକୁ ବାହାରକୁ ଛାଡିଦେଲେ ବ୍ୟବସାୟୀ : ଗଞ୍ଜାମ କଣ୍ଟିଆଗଡରୁ ଆସିଲା ଦୃଶ୍ୟ, ବୋହି ନେବାକୁ ଗାଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା

634

କନକ ବ୍ୟୁରୋ : କରୋନା ଭାଇରସ ଆତଙ୍କ ଭୟରେ ହଜାର ହଜାର କୁକୁଡା ବାହାରେ ଛାଡିଲେ ବ୍ୟବସାୟୀ । ଗଞାମ ଜିଲ୍ଲା କଂଟିଆଗଡରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । କରୋନା ଯୋଗୁଁ ଦୀର୍ଘଦିନ ହେଲା ବ୍ୟବସାୟୀ କୁକୁଡା ନେଉନଥିଲେ । ଫଳରେ ପ୍ରାୟ ୪ ହଜାରରୁ ଅଧିକ କୁକୁଡାକୁ ଫାର୍ମରୁ ବାହାରକୁ ଛାଡିଦେଇଥିଲେ ମାଲିକ ସଦାନନ୍ଦ ସ୍ୱାଇଁ । ଏହାପରେ କୁକୁଡାକୁ ଘରକୁ ନେବା ପାଇଁ ଗାଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା ।

ସେପଟେ କରୋନା ଭାଇରସର ମୁକାବିଲା ପାଇଁ ଚାରିଆଡେ ଚାଲିଛି ସଚେତନତାର ବାର୍ତ୍ତା । ବଜାରରେ ମାସ୍କର ଚାହିଦା ବଢିଯାଇଛି । ଆଉ ବଜାରରେ ମାସ୍କର ଅଭାବକୁ ପୂରଣ କରିବାକୁ ଜୟପୁର ସହରର ଶ୍ରୀ ଲକ୍ଷୀ ଗଣପତି ସ୍ୱୟଂ ସହାୟକ ଗୋଷ୍ଠୀ ଅଂଟା ଭିଡିଛି । ପ୍ରଥମେ ସ୍କୁଲ ପିଲାଙ୍କ ପୋଷାକ ତିଆରି କରୁଥିଲେ ଏହି ସ୍ୱୟଂ ସହାୟକ ଗୋଷ୍ଠୀ । ଏବେ ମାସ୍କର ଚାହିଦାକୁ ଦେଖି ଆରମ୍ଭ କରିଛନ୍ତି ନୂଆ ଅଭିଯାନ ।

Comments are closed.