କନକ ବ୍ୟୁରୋ : କରୋନା ଭାଇରସ ଆତଙ୍କ ଭୟରେ ହଜାର ହଜାର କୁକୁଡା ବାହାରେ ଛାଡିଲେ ବ୍ୟବସାୟୀ । ଗଞାମ ଜିଲ୍ଲା କଂଟିଆଗଡରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । କରୋନା ଯୋଗୁଁ ଦୀର୍ଘଦିନ ହେଲା ବ୍ୟବସାୟୀ କୁକୁଡା ନେଉନଥିଲେ । ଫଳରେ ପ୍ରାୟ ୪ ହଜାରରୁ ଅଧିକ କୁକୁଡାକୁ ଫାର୍ମରୁ ବାହାରକୁ ଛାଡିଦେଇଥିଲେ ମାଲିକ ସଦାନନ୍ଦ ସ୍ୱାଇଁ । ଏହାପରେ କୁକୁଡାକୁ ଘରକୁ ନେବା ପାଇଁ ଗାଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା ।
ସେପଟେ କରୋନା ଭାଇରସର ମୁକାବିଲା ପାଇଁ ଚାରିଆଡେ ଚାଲିଛି ସଚେତନତାର ବାର୍ତ୍ତା । ବଜାରରେ ମାସ୍କର ଚାହିଦା ବଢିଯାଇଛି । ଆଉ ବଜାରରେ ମାସ୍କର ଅଭାବକୁ ପୂରଣ କରିବାକୁ ଜୟପୁର ସହରର ଶ୍ରୀ ଲକ୍ଷୀ ଗଣପତି ସ୍ୱୟଂ ସହାୟକ ଗୋଷ୍ଠୀ ଅଂଟା ଭିଡିଛି । ପ୍ରଥମେ ସ୍କୁଲ ପିଲାଙ୍କ ପୋଷାକ ତିଆରି କରୁଥିଲେ ଏହି ସ୍ୱୟଂ ସହାୟକ ଗୋଷ୍ଠୀ । ଏବେ ମାସ୍କର ଚାହିଦାକୁ ଦେଖି ଆରମ୍ଭ କରିଛନ୍ତି ନୂଆ ଅଭିଯାନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/KUKUDA-1.jpg)