କନକ ବ୍ୟୁରୋ : ‘କରୋନା’ ପ୍ରଭାବ ମହାପ୍ରଭୁଙ୍କ ହୁଣ୍ଡି ଉପରେ ବି ପଡ଼ିଛି । ଯାହା କେବେ ଘଟିନଥିଲା, ତାହା ଆଜି ଦେଖିବାକୁ ମିଳିଛି । ମହାପ୍ରଭୁଙ୍କ ହୁଣ୍ଡିଦାନ ଗତକାଲି ୫ ଶହ ଟଙ୍କା ତଳକୁ ଖସିଆସିଛି । ଯେଉଁଠି ଲକ୍ଷ ଲକ୍ଷ ଦାନ ଟଙ୍କା ମିଳୁଥିଲା ସେଠି ଆଜି ମାତ୍ର ୪୬୭ ଟଙ୍କା ହୁଣ୍ଡିରୁ ମିଳିଛି । ଯେବେଠୁ ‘କରୋନା’ କଟକଣା ଲାଗୁ ହେଲାଣି, ସେବେଠୁ ଆଜି ପର୍ଯ୍ୟନ୍ତ ହଜାର ଟଙ୍କା ତଳକୁ ଖସିନଥିଲା ଦାନ ଅର୍ଥ ।
ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ମାର୍ଚ୍ଚ ୧୫ରେ ଏହି ଦାନ ଅର୍ଥ ୩ ଲକ୍ଷ ୩୬ ହଜାର ୩୧୭ ଟଙ୍କା ରହିଥିଲା। ଏହାପର ଠାରୁ କ୍ରମାଗତ ଦାନ ଅର୍ଥ ହ୍ରାସ ପାଇବାରେ ଲାଗିଛି। ୧୬ ତାରିଖରେ ୯୮ ହଜାର ୮୭୨ ଟଙ୍କା, ୧୮ ତାରିଖରେ ୭୨ ହଜାର ୫୩୭ ଟଙ୍କା, ୧୯ ତାରିଖରେ ୫୨ହଜାର ୯୧୪ ଟଙ୍କା, ୨୦ ତାରିଖରେ ୨୩ ହଜାର ୨୧୪ ଟଙ୍କା, ୨୧ ତାରିଖରେ ୨୫୯୯ ଟଙ୍କା, ୨୨ ତାରିଖ ୧୭୫୨ ଟଙ୍କା ଦାନ ହୁଣ୍ଡିରୁ ମିଳିଥିଲା।
Follow Us