ଖାଁ ଖାଁ ମାଂସ ଦୋକାନ : କୁକୁଡା ଚାଷକୁ ଘାରିଛି କରୋନା ଭୟ, ଭୂତାଣୁ ବ୍ୟାପିବା ଆଶଙ୍କାରେ ଚିକେନ ଖାଉନାହାନ୍ତି ଲୋକ . . . .ବାଧ୍ୟ ହୋଇ ଖାଲି କଲେ ଫାର୍ମ, ବିଲରେ ବୁଲିଲେ କୁକୁଡା

849

କନକ ବ୍ୟୁରୋ : ଖାଁ ଖାଁ ମାଂସ ଦୋକାନ । ସକାଳୁ ସଂଜ ହୋଇଯାଉଛି, ହେଲେ ଗ୍ରାହକ ଆସୁନାହାଁନ୍ତି । କରୋନା ଭୂତାଣୁ ଯେତିକି ବ୍ୟାପୁଛି ସେତିକି ଭୟ ବଢାଉଛି ଚିକେନ୍ । କୁକୁଡା ମାଂସ ଖାଇଲେ କରୋନା ଭୂତାଣୁ ବ୍ୟାପିବାର ଗୁଜବରେ ମାନ୍ଦା ହୋଇଯାଇଛି ବେପାର । ୨ଶହ ଟଙ୍କାରେ ବିକ୍ରି ହେଉଥିବା କୁକୁଡା ଏବେ ମାଗଣାରେ ଦେଲେ ବି କେହି ନେଉନାହାଁନ୍ତି ।

କରୋନା ଭୟରେ କୁକୁଡା ଚିଆଁଙ୍କୁ ପୋତିଦେଉଛି ଚାଷୀ । ଭୂତାଣୁ ସଂକ୍ରମଣର ଭୟରେ ଲୋକେ ଚିକେନ୍ ଖାଇବା ବନ୍ଦ କରିଦେଇଛନ୍ତି । ଯାହାର ପ୍ରଭାବ ପଡିଛି କୁକୁଡା ଫାର୍ମ ଉପରେ । ବିକ୍ରି ହେଉ ନଥିବା କୁକୁଡାଙ୍କୁ ଦାନା ଦେବା ସମ୍ଭବ ନହେବାରୁ ଜୀଅନ୍ତା ମାଟିରେ ପୋତି ଦେଉଛନ୍ତି ଫାର୍ମ ମାଲିକ । ଅନେକ ସ୍ଥାନରେ କୁକୁଡା ଗୁଡିକୁ ଖୋଲା ଛାଡିଦିଆଯାଉଛି । ..

କରୋନା ଭୂତାଣୁ ସଂକ୍ରମଣକୁ ନେଇ ଗୁଜବ ଉପରେ ବିଶ୍ୱାସ ନକରିିବାକୁ ବାରମ୍ବାର କୁହାଯାଉଥିବା ବେଳେ ମଧ୍ୟ ଲୋକେ ସଚେତନ ହେଉନାହାଁନ୍ତି ।