ବଜାର ଉପରେ କରୋନା ମାଡ଼ : ୫୦ ପ୍ରତିଶତ ବ୍ୟବସାୟ କମିଯିବା ଆଶଙ୍କା କଲା ବ୍ୟବସାୟୀ ମହାସଂଘ, ଡିଜେଲ ଓ ପେଟ୍ରୋଲରେ ତିନି ଟଙ୍କା ବଢ଼ିଲା ଉତ୍ପାଦନ ଶୁଳ୍କ

440

କନକ ବ୍ୟୁରୋ : ମାରାତ୍ମକ କରୋନା ଭୂତାଣୁର ପ୍ରଭାବ ପଡିଛି ବ୍ୟବସାୟ ଉପରେ । ସ୍ଥିତି ଏଭଳି ହୋଇଛି ଯେ, ଆଗାମୀ ଦିନରେ ବ୍ୟବସାୟ ୫୦ ପ୍ରତିଶତ ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଛି । ସେପଟେ ପଟ୍ରୋଲ ଓ ଡିଜେଲ ଦର କମିଥିଲେ ମଧ୍ୟ କେନ୍ଦ୍ରୀୟ ଟିକସ ବୃଦ୍ଧି ଯୋଗୁଁ ତେଲ ଦର କମିପାରୁନାହିଁ ।

– ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରିରେ ପ୍ରାୟ ୩୦% ହ୍ରାସ ହୋଇଛି
– ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ଏହାର ଅଧିକ ପ୍ରଭାବ ପଡ଼ିଛି
– ମୋଟ୍ ଉପରେ ପ୍ରାୟ ୭୦% ବ୍ୟବସାୟ କରିଥିବା ସୂଚନା ମିଳିଛି
– ଓଡ଼ିଶାରେ ଦୈନିକ ପ୍ରାୟ ୪ଶହ କୋଟି ବଳଦରେ ୨୫୦ରୁ ୩୦୦ କୋଟିର କାରବାର ହେଉଛି

ଏପଟେ କୋରୋନା ଭୁତାଣୁର ପ୍ରଭାବ ପେଟ୍ରୋଲ ଓ ଡିଜେଲ ଦର ଉପରେ ମଧ୍ୟ ଦେଖିବାକୁ ମିଳିଛି । ତଥ୍ୟ ଅନୁଯାୟୀ ଜାନୁଆରୀ ୧୨ ତାରିଖରୁ ମାର୍ଚ୍ଚ ୧୨ ତାରିଖ ପର୍ଯ୍ୟନ୍ତ, ଦୁଇମାସ ମଧ୍ୟରେ ପେଟ୍ରୋଲ ୬ ଟଙ୍କା ଏବଂ ଡିଜେଲ ୭ ଟଙ୍କା କମିଛି । ଶନିବାର ଭୁବନେଶ୍ୱରରେ ପେଟ୍ରୋଲ ଦର ୬୮ଟଙ୍କା ୮୩ ପଇସା ରହିଛି । କେନ୍ଦ୍ର ୨୨ଟଙ୍କା ୯୮ ପଇସା ଏକ୍ସାଇଜ ଟ୍ୟାକ୍ସ ଓ ରାଜ୍ୟ ଭାଟ ବାବଦରେ ୧୪ ଟଙ୍କା ଟିକସ ନେଉଛନ୍ତି । ଟିକସ ଆକାରରେ ୩୬ଟଙ୍କା ୯୮ ପଇସା ନିଆଯାଉଛି । ଯାହା ଟିକସ ଦର ତୈଳ ଦରଠାରୁ ୫ଟଙ୍କା ୧୩ ପଇସା ଅଧିକ ।

ଅନୁରୁପ ଭାବରେ ଡିଜେଲ ଦର ୬୬ ଟଙ୍କା ୯୯ ପଇସାରେ କେନ୍ଦ୍ର ଓ ରାଜ୍ୟ ଟିକସ ମିଶାଇ ୩୨ ଟଙ୍କା ୮୩ ପଇସା ରହିଛି । ମୋଟାମୋଟି ଭାବରେ କରେନା ଭୁତାଣୁ ଯୋଗୁଁ ବ୍ୟବସାୟ ମାନ୍ଦା ହୋଇଥିବା ବେଳେ ଆଗକୁ ଏହା ଆହୁରି ଉତ୍କଟ ହେବାର ସମ୍ଭାବନା ରହିଛି ।