କରୋନା ସତର୍କତା ପରେ ପୁରୀରେ କମିଲେ ପର୍ଯ୍ୟଟକ : ମୁହଁରେ ମାସ୍କ ବାନ୍ଧି ଶ୍ରୀମନ୍ଦିରକୁ ଯାଉଛନ୍ତି ଶ୍ରଦ୍ଧାଳୁ, ସେବାୟତ ବି ସତର୍କ

287

କନକ ବ୍ୟୁରୋ : କରୋନା ପାଇଁ ପୁରୀ କମିଯାଇଛି ପର୍ଯ୍ୟଟକଙ୍କ ସଂଖ୍ୟା। ଶ୍ରୀମନ୍ଦିରକୁ ଅଳ୍ପ ସଂଖ୍ୟକ ଭକ୍ତ ପ୍ରବେଶ କରୁଛନ୍ତି । ଉପଯୁକ୍ତ ଯାଂଚ କରାଯାଇ ଭକ୍ତଙ୍କୁ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି । ମୁହଁରେ ମାସ୍କ ବାନ୍ଧି ଶ୍ରୀମନ୍ଦିରକୁ ଯାଉଛନ୍ତି ଶ୍ରଦ୍ଧାଳୁ । ସେବାୟତ ବି ସତର୍କ ହୋଇଯାଇଛନ୍ତି । ଶାସନର କଟକଣା ଯୋଗୁଁ ପର୍ଯ୍ୟଟକଙ୍କ ଗହଳି କମିଯାଇଛି । ବେଳାଭୂମି ଅଂଚଳରେ ୧୪୪ ଧାରା ଜାରି କରାଯାଇଛି । ପୋଲିସ ପାଟ୍ରୋଲିଂକୁ ବି ବଢାଇ ଦିଆଯାଇଛି ।

ସେହିଭଳି ‘କରୋନା’ ଭୟାବହତାକୁ ଆଖି ଆଗରେ ରଖି ଦୁଇ ଦିନ ଭିତରେ ହୋଟେଲ ସବୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ପର୍ଯ୍ୟଟକମାନେ ଅଛନ୍ତି, ସେମାନଙ୍କୁ ତୁରନ୍ତ ଘରକୁ ଫେରିଯିବା ଦିଗରେ ଦୃଷ୍ଟି ଦେବାକୁ କୁହାଯାଇଛି । ସେହିଭଳି ଯେଉଁ ପର୍ୟ୍ୟଟକମାନେ ବୁକିଂ କରିଥିଲେ, ସେ ସବୁକୁ ବାତିଲ୍ କରିବାକୁ କୁହାଯାଇଛି । ଏ ସଂପର୍କରେ ଏକ ଆଇଭାଇଜରି ବି ଜାରି ହୋଇଛି । ପରବର୍ତ୍ତୀ ଆଡଭାଇଜାରି ଜାରି ନହେବା ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯାଇଛି । ଏପ୍ରିଲ ୧୫ ପର୍ଯ୍ୟନ୍ତ ସମସ୍ତ ବୁକିଂ ବାତିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।