କରୋନା ପାଇଁ ଭାରତରେ ଆଉ ଜଣଙ୍କ ଜୀବନ ଗଲା : ୩ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

3,301

କନକ ବ୍ୟୁରୋ : କରୋନାରେ ଦେଶରେ ତୃତୀୟ ମୃତ୍ୟୁ । ମୁମ୍ବାଇର କସ୍ତୁରବା ହସ୍ପିଟାଲରେ  ଜଣେ ୬୪ ବର୍ଷ ବୟସ୍କ ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ଏହା ପୂର୍ବରୁ ଭାରତରେ କରୋନା ଭାଇରସରେ ଆକ୍ରାନ୍ତ ହୋଇ ୨ ଜଣ ପ୍ରାଣ ହରାଇଥିଲେ ।

ସେପଟେ ଏବେ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା୧୨୫ରେ ପହଞ୍ଚିଛି  । ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ହୋଇଛନ୍ତି । ସାରା ବିଶ୍ୱରେ ୧ଲକ୍ଷ ୭୫ ହଜାର ୫୩୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଏବଂ ୭ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଚୀନରେ ସର୍ବାଧିକ ୩୨୧୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଇଟାଲୀରେ ୨ହଜାର ୧୫୮ ଜଣଙ୍କର ମୃତ୍ୟୁ ହୋଇଛି ।