ଭାରତରେ ମୃତ୍ୟୁ ସଂଖ୍ୟା ୭୦୦ ଟପିଲା : ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୩ ହଜାର ୭୭ରେ ପହଞ୍ଚିଲା, ସୁସ୍ଥ ହେଲେଣି ୪୭୪୯ ଜଣ

562

କନକ ବ୍ୟୁରୋ : ଦେଶରେ କାୟା ବିସ୍ତାର କରୁଛି କରୋନା । ଭାରତରେ ଧୀରେ ଧୀରେ କରୋନା ସଂକ୍ରମିତଙ୍କ ଗ୍ରାଫ୍ ବଢ଼ିବାରେ ଲାଗିଛି । ତାଜା ତଥ୍ୟ ଅନୁସାରେ କରୋନା ରୋଗୀଙ୍କ ସଂଖ୍ୟା ୨୩ ହଜାର ଟପିଛି । ଦେଶରେ ଏବେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩ହାଜର ୭୭ରେ ପହଞ୍ଚିଛି । ଏଥିମଧ୍ୟରୁ ୭୧୮ ଜଣ ପ୍ରାଣ ହରାଇ ସାରିଥିବା ବେଳେ ୪୭୪୯ ଲୋକ ସୁସ୍ଥ ହୋଇ ସାରିଲେଣି ।

ତେବେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ଶୀର୍ଷରେ ଅଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ ୨୪ ଘଣ୍ଟାରେ ୭୭୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ୧୪ ଜଣ ଭାଇରସ୍ ଯୋଗୁଁ ପ୍ରାଣ ହରାଇଛନ୍ତି । ରାଜ୍ୟରେ ଏବେ ସୁଦ୍ଧା ମୋଟ ୬୪୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ଏଥି ମଧ୍ୟରୁ ୨୮୩ ଜଣଙ୍କ ଜୀବନ ଯାଇଛି । ଅନ୍ୟପଟେ ପ୍ରାୟ ୨୮୩ ସୁସ୍ଥ ହୋଇ ଡିସଚାର୍ଜ ହୋଇସାରିଛନ୍ତି । ଏବଂ ମାୟାନଗରୀ ମୁମ୍ବାଇରେ ୨୪ ଘଣ୍ଟାରେ ୫୨୨ ନୂଆ ମାମଲା ଆସିଥିବା ବେଳେ ୬ ଲୋଙ୍କ ପ୍ରାଣ ହରାଇଛନ୍ତି । ମୁମ୍ବାଇରେ ଏବେ ସୁଦ୍ଧା ଭାଇରସ୍ ସଂକ୍ରମଣ ଯୋଗୁଁ ୧୬୭ ଜଣଙ୍କର ପ୍ରାଣହାନୀ ଘଟିଛି ।

ସେପଟେ ଦିଲ୍ଲୀରେ ମଧ୍ୟ ଚିନ୍ତା ବଢ଼ାଇଛି କରୋନା । ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ ହଟସ୍ପଟ୍ ଜୋନ୍ ମଧ୍ୟ ବଢ଼ିବାରେ ଲାଗିଛି । ଦିଲ୍ଲୀରେ ମୋଟ୍ ୯୨ଟି ହଟସ୍ପଟ୍ ଚିହ୍ନଟ ହୋଇଛି । ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩୭୬ ହୋଇଥିବା ବେଳେ ୫୦ ଜଣଙ୍କର ମୃତ୍ୟୁ ଘଟିଛି । ଏବେ ସୁଦ୍ଧା ୮୦୮ ଜଣ ଲୋକ କରୋନା ସଂକ୍ରମଣରୁ ଠିକ୍ ହୋଇ ସାରିଛନ୍ତି । ବିଗତ ୨୪ ଘଣ୍ଟାରେ ରାଜଧାନୀରେ ୧୨୮ ମାମଲା ସାମ୍ନାକୁ ଆସିଥିବା ବେଳେ ୨ ଣ ପ୍ରାଣ ହରାଇଛନ୍ତି ।

ସ୍ୱାସ୍ଥ୍ୟାମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୨୨), ଆନ୍ଧ୍ରପ୍ରଦେଶ (୮୯୫), ଅରୁଣାଚଳ ପ୍ରଦେଶ (୧), ଆସାମ (୩୬), ବିହାର (୧୫୩), ଚଣ୍ଡିଗଡ଼ (୨୭), ଛତିଶଗଡ଼ (୩୬), ଦିଲ୍ଲୀ (୨୩୭୬), ଗୋଆ (୭), ଗୁଜରାଟ (୨୬୨୪), ହରିୟାଣା (୨୭୨), ହିମାଚଳ ପ୍ରଦେଶ (୪୦), ଜମ୍ମୁ ଓ କଶ୍ମୀର (୪୨୭), ଝାଡ଼ଖଣ୍ଡ (୫୩) କର୍ଣ୍ଣାଟକ (୪୪୫), କେରଳ (୪୪୭), ଲଦାଖ (୧୮), ମଧ୍ୟପ୍ରଦେଶ (୧୬୯୯), ମହାରାଷ୍ଟ୍ର (୬୪୩୦), ମଣିପୁର (୨), ମେଘାଳୟ (୧୨), ମିଜୋରାମ (୧), ଓଡ଼ିଶା (୯୦), ପୁଦ୍ଦୁଚେରୀ (୭), ପଞ୍ଜାବ (୨୭୭), ରାଜସ୍ଥାନ (୧୯୬୪), ତାମିଲନାଡୁ (୧୬୮୩), ତେଲେଙ୍ଗାନା (୯୬୦), ତ୍ରିପୁରା (୨), ଉତ୍ତରାଖଣ୍ଡ (୪୭), ଉତ୍ତରପ୍ରଦେଶ (୧୫୧୦) ଓ ପଶ୍ଚିମବଙ୍ଗ (୫୧୪) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, (୧୧), ଆନ୍ଧ୍ରପ୍ରଦେଶ (୧୪୧), ଅରୁଣାଚଳ ପ୍ରଦେଶ (୧), ଆସାମ (୧୯), ବିହାର (୪୬), ଚଣ୍ଡିଗଡ଼ (୧୪), ଛତିଶଗଡ଼ (୨୮), ଦିଲ୍ଲୀ (୮୦୮), ଗୋଆ (୭), ଗୁଜରାଟ (୨୫୮), ହରିୟାଣା (୧୫୬), ହିମାଚଳ ପ୍ରଦେଶ (୧୮), ଜମ୍ମୁ ଓ କଶ୍ମୀର (୯୨), ଝାଡ଼ଖଣ୍ଡ (୮), କର୍ଣ୍ଣାଟକ (୧୪୫), କେରଳ (୩୨୪), ଲଦାଖ (୧୪), ମଧ୍ୟପ୍ରଦେଶ (୨୦୩), ମହାରାଷ୍ଟ୍ର (୮୪୦), ମଣିପୁର (୨), ଓଡ଼ିଶା (୩୩), ପୁଦ୍ଦୁଚେରୀ (୩), ପଞ୍ଜାବ (୬୫), ରାଜସ୍ଥାନ (୨୩୦), ତାମିଲନାଡୁ (୭୫୨), ତେଲେଙ୍ଗାନା (୧୯୭), ତ୍ରିପୁରା (୧), ଉତ୍ତରାଖଣ୍ଡ (୨୪), ଉତ୍ତରପ୍ରଦେଶ (୨୦୬) ଓ ପଶ୍ଚିମବଙ୍ଗ (୧୦୩) ।