କରୋନା ଆକ୍ରାନ୍ତ ସଂଖ୍ୟାରେ ଶୀର୍ଷରେ ମହାରାଷ୍ଟ୍ର, ଦ୍ୱିତୀୟ ସ୍ଥାନରେ ଦିଲ୍ଲୀ : ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୩୭୮ରେ ପହଞ୍ଚିଲା

825

କନକ ବ୍ୟୁରୋ : ଭାରତରେ କରୋନା ଭାଇରସର ପ୍ରକୋପ କମିବାର ନା ନେଉନି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ସୂଚନା ଅନୁସାରେ, ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୧୪ ହଜାର ୩୭୮ ରେ ପହଞ୍ଚି ଯାଇଛି । କରୋନା ମୃତ୍ୟୁ ସଂଖ୍ୟା ୪୮୦କୁ ବୃଦ୍ଧି ହୋଇଛି । ବର୍ତ୍ତମାନ ସୁଦ୍ଧା ୧୯୧୧ ଜଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ତେବେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ଦେଶରେ ଆଗରେ ରହିଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ ସର୍ବାଧିକ ୩୩୨୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୦୧ରେ ପହଞ୍ଚିଛି । ଏହା ପରେ ଦିଲ୍ଲୀ, ତାମିଲନାଡୁ ସ୍ଥିତି ଜଟିଳ ରହିଛି । ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୧୭୦୭ରେ ପହଞ୍ଚିଥିବା ବେଳେ ରାଜଧାନୀରେ ଭାଇରସ୍ ସଂକ୍ରମଣରେ ପ୍ରାଣ ହରାଇଛନ୍ତି ୪୨ ଜଣ ।

ମହାରାଷ୍ଟ୍ର            ଆକ୍ରାନ୍ତ   ୩୩୨୩ , ମୃତ୍ୟୁ   ୨୦୧
ଦିଲ୍ଲୀ                  ଆକ୍ରାନ୍ତ   ୧୭୦୭ ,   ମୃତ୍ୟୁ    ୪୨
ତାମିଲନାଡୁ          ଆକ୍ରାନ୍ତ   ୧୩୨୩ ,   ମୃତ୍ୟୁ   ୧୫
ମଧ୍ୟପ୍ରଦେଶ          ଆକ୍ରାନ୍ତ   ୧୩୧୦ ,   ମୃତ୍ୟୁ  ୬୯
ରାଜସ୍ଥାନ             ଆକ୍ରାନ୍ତ   ୧୨୨୯ ,    ମୃତ୍ୟୁ   ୧୧
ଗୁଜରାଟ             ଆକ୍ରାନ୍ତ   ୧୦୯୯ ,    ମୃତ୍ୟୁ  ୪୧
ଉତରପ୍ରଦେଶ       ଆକ୍ରାନ୍ତ   ୮୪୯ ,     ମୃତ୍ୟୁ  ୧୪
ତେଲେଙ୍ଗାନା       ଆକ୍ରାନ୍ତ   ୭୬୬ ,     ମୃତ୍ୟୁ  ୧୮
ଆନ୍ଧ୍ରପ୍ରଦେଶ        ଆକ୍ରାନ୍ତ   ୫୭୨ ,      ମୃତ୍ୟୁ  ୧୪