କନକ ବ୍ୟୁରୋ : ଭାରତରେ କରୋନା ଭାଇରସର ପ୍ରକୋପ କମିବାର ନା ନେଉନି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ସୂଚନା ଅନୁସାରେ, ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୧୪ ହଜାର ୩୭୮ ରେ ପହଞ୍ଚି ଯାଇଛି । କରୋନା ମୃତ୍ୟୁ ସଂଖ୍ୟା ୪୮୦କୁ ବୃଦ୍ଧି ହୋଇଛି । ବର୍ତ୍ତମାନ ସୁଦ୍ଧା ୧୯୧୧ ଜଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ତେବେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ଦେଶରେ ଆଗରେ ରହିଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ ସର୍ବାଧିକ ୩୩୨୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୦୧ରେ ପହଞ୍ଚିଛି । ଏହା ପରେ ଦିଲ୍ଲୀ, ତାମିଲନାଡୁ ସ୍ଥିତି ଜଟିଳ ରହିଛି । ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୧୭୦୭ରେ ପହଞ୍ଚିଥିବା ବେଳେ ରାଜଧାନୀରେ ଭାଇରସ୍ ସଂକ୍ରମଣରେ ପ୍ରାଣ ହରାଇଛନ୍ତି ୪୨ ଜଣ ।
ମହାରାଷ୍ଟ୍ର ଆକ୍ରାନ୍ତ ୩୩୨୩ , ମୃତ୍ୟୁ ୨୦୧
ଦିଲ୍ଲୀ ଆକ୍ରାନ୍ତ ୧୭୦୭ , ମୃତ୍ୟୁ ୪୨
ତାମିଲନାଡୁ ଆକ୍ରାନ୍ତ ୧୩୨୩ , ମୃତ୍ୟୁ ୧୫
ମଧ୍ୟପ୍ରଦେଶ ଆକ୍ରାନ୍ତ ୧୩୧୦ , ମୃତ୍ୟୁ ୬୯
ରାଜସ୍ଥାନ ଆକ୍ରାନ୍ତ ୧୨୨୯ , ମୃତ୍ୟୁ ୧୧
ଗୁଜରାଟ ଆକ୍ରାନ୍ତ ୧୦୯୯ , ମୃତ୍ୟୁ ୪୧
ଉତରପ୍ରଦେଶ ଆକ୍ରାନ୍ତ ୮୪୯ , ମୃତ୍ୟୁ ୧୪
ତେଲେଙ୍ଗାନା ଆକ୍ରାନ୍ତ ୭୬୬ , ମୃତ୍ୟୁ ୧୮
ଆନ୍ଧ୍ରପ୍ରଦେଶ ଆକ୍ରାନ୍ତ ୫୭୨ , ମୃତ୍ୟୁ ୧୪