ଦେଶରେ ଦଶ ହଜାର ଡେଇଁଲା କରୋନା ସଂକ୍ରମିତଙ୍କ ସଂଖ୍ୟା : ମୃତ୍ୟୁ ସଂଖ୍ୟା ୩୩୯ରେ ପହଞ୍ଚିଲା , ମହାରାଷ୍ଟ୍ରରେ ସର୍ବାଧିକ ୨୩୩୪ ଆକ୍ରାନ୍ତ

302

କନକ ବ୍ୟୁରୋ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩୬୩ ଥିବାବେଳେ ସେଥିରୁ ୧୦୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବଂ କରୋନା ଭାଇରସରେ ସଂକ୍ରମିତ ହୋଇ ଏବେ ସୁଦ୍ଧା ୩୩୯ ଜଣ ପ୍ରାଣ ହରାଇଛନ୍ତି ।

ମହାରାଷ୍ଟ୍ରରେ ସର୍ବାଧିକ ୨୩୩୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ୨୧୭ ଜଣ ସୁସ୍ଥ ହୋଇଛନ୍ତି ଓ ୧୬୦ ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୦ରେ ପହଁଚିଛି ଓ ମୃତ୍ୟୁ ସଂଖ୍ୟା ୨୮ ପାର କରିଛି । ତାମିଲନାଡୁରେ ୧୧୭୩ ଜଣ ଆକ୍ରାନ୍ତ ହୋଇଛନ୍ତି ଓ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ରାଜସ୍ଥାନରେ ୮୭୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ୩ଜଣଙ୍କର ମୃତ୍ୟୁ ହୋଇଛି ।

ମଧ୍ୟପ୍ରଦେଶରେ ୬୦୪ ଜଣ ସଂକ୍ରମିତ ହୋଇଥିବାବେଳେ ୪୩ ଜଣଙ୍କର ମୃତ୍ୟୁ ହୋଇଛି । ଗୁଜୁରାଟରେ ୫୩୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ୨୬ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ କାଲି ସୁଦ୍ଧା ୨ ଲକ୍ଷରୁ ଅଧିକ ଲୋକଙ୍କ ନମୂନା ପରୀକ୍ଷା ହୋଇଛି । ଏବଂ ଆସନ୍ତା ୬ ସପ୍ତାହ ପର୍ଯ୍ୟନ୍ତ ନମୂନା ପରୀକ୍ଷା ହେବାକୁ ପର୍ଯ୍ୟାପ୍ତ ପରିମାଣରେ କିଟ୍ ରହିଥିବା ଆଇସିଏମ୍ଆର ପକ୍ଷରୁ କୁହାଯାଇଛି ।