କନକ ବ୍ୟୁରୋ : ସହରର କର୍ପୋରେଟ ତଥା ବଡ଼ ହସ୍ପିଟାଲ ଓ ମେଡିକାଲ କଲେଜରେ କରୋନା କର୍ଣ୍ଣର ରହିବ। ହସ୍ପିଟାଲ ପରିସରରେ ଆଇସୋଲେଟେଡ ରିସେପସନ, ଚାମ୍ବର ଏବଂ କରୋନା ସନ୍ଦିଗ୍ଧଙ୍କ ପାଇଁ ସ୍ବତନ୍ତ୍ର ଆଇସିୟୁ ଖୋଲାଯିବ। କରୋନା ମୁକାବିଲା ପାଇଁ ଘରୋଇ ହସ୍ପିଟାଲମାନେ ଏସବୁକୁ ଆପଣାଇବା ପାଇଁ ସମ୍ମତି ଜଣାଇଛନ୍ତି। ଗତକାଲି ନୂଆପଲ୍ଲୀସ୍ଥିତ ରାଜ୍ୟ ସ୍ବାସ୍ଥ୍ୟ ବ୍ୟୁରୋ ପରିସରରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ଏ ସଂକ୍ରାନ୍ତରେ ଏକ ବୈଠକରେ ଏପରି ନିଷ୍ପତ୍ତି ହୋଇଛି। ସହରର କର୍ପୋରେଟ ହସ୍ପିଟାଲ୍, ପ୍ରାଇଭେଟ ମେଡିକାଲ କଲେଜ ଏବଂ ଅଲ୍ ଓଡ଼ିଶା ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମର ସଦସ୍ୟମାନେ ଉପସ୍ଥିତ ରହି କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ସମସ୍ତ ନିର୍ଦେଶନାମା ପାଳନ କରିବେ ବୋଲି କହିଛନ୍ତି।
କରୋନାକୁ କିଭଳି ନିୟନ୍ତ୍ରଣ କରାଯାଇ ପାରିବ ଏବଂ ଅଧିକ ବ୍ୟାପିବାକୁ ଦିଆଯିବ ନାହିଁ ସେଥିପାଇଁ ସମସ୍ତ ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ମେଡିକାଲକୁ ଆସୁଥିବା ଏବଂ କରୋନାର ଲକ୍ଷଣ ଦେଖା ଦେଉଥିବା ରୋଗୀମାନେ ଯେପରି ଲୋକଙ୍କ ଭିଡ଼କୁ ନଯିବେ, ଦୂରତା ବଜାୟ ରଖିବେ ସେ ସମ୍ପର୍କରେ ସାବଧାନ ରହିବାକୁ କୁହାଯାଇଥିଲା। ଏଥିସହ ବଡ଼ ହସ୍ପିଟାଲ୍ରେ ବହୁ ସଂଖ୍ୟାରେ ରୋଗୀମାନେ ସମବେତ ହେଉଥିବାରୁ ଏବଂ ପ୍ରତୀକ୍ଷା କକ୍ଷରେ ବସି ରହୁଥିବାରୁ ସେମାନେ କିଭଳି ପରସ୍ପରଠାରୁ ଦୂରେଇ ବସିବେ ଏ ସମ୍ପର୍କରେ ମେଡିକାଲ କର୍ମଚାରୀମାନେ କିପରି ନଜର ରଖିବେ ସେ ଦିଗରେ ଗୁରୁତ୍ବ ଦେବାକୁ କୁହାଯାଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/corona-india-jpg_710x400xt.jpg)