ସରକାରଙ୍କ ସାମ୍ବାଦିକ ସମ୍ମିଳନୀରେ ସତର୍କତା ମୂଳକ ପଦକ୍ଷେପ । ଗୋଟିଏ ଗୋଟିଏ ସିଟ୍ ଛାଡ଼ି ବସିଲେ ଗଣମାଧ୍ୟମ ପ୍ରତିନିଧି ।  କ୍ୟାମେରା କ୍ୟାମେରା ମଧ୍ୟରେ ରହିଲା ଦୂରତା ।

386

କନକ ବ୍ୟୁରୋ : କରୋନା ସତର୍କତା । କରୋନା ପାଇଁ ସରକାରଙ୍କ ସାମ୍ବାଦିକ ସମ୍ମିଳନୀରେ ସତର୍କତା ମୂଳକ ପଦକ୍ଷେପ । ଗୋଟିଏ ଗୋଟିଏ ସିଟ୍ ଛାଡ଼ି ବସିଲେ ସାମ୍ବାଦିକ ଓ କ୍ୟାମେରା ପର୍ସନ । କରୋନା ସଂକ୍ରମଣର ସତର୍କତା ପାଇଁ  ସରକାରଙ୍କ ମୁଖ୍ୟ ମୁଖପାତ୍ରଙ୍କ ପ୍ରେସମିଟ୍ ସମୟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । କେବଳ ଗଣମାଧ୍ୟମ ପ୍ରତିନିଧି ନୁହେଁ ଲୋକଙ୍କୁ ସଚେତନ କରିବା ପାଇଁ ବକ୍ତାମାନେ ମଧ୍ୟ ଛାଡ଼ି ଛାଡ଼ି ସିଟରେ ବସିଲେ । ସାମ୍ବାଦିକ ଓ କ୍ୟାମେରା ପର୍ସନମାନେ ନିଜ ନିଜ ଠାରୁ ଛାଡ଼ି ଛାଡ଼ି ହୋଇ ବସିବା ସହ କ୍ୟାମେରା କ୍ୟାମେରା ମଧ୍ୟ ଦୂରତା ବଜାୟ ରଖିଥିଲେ ।

କରୋନା ସଚେତନତା ପାଇଁ ଗତକାଲି ସଚେତନତାର ସମସ୍ତ ଦାୟିତ୍ୱ ସୁବ୍ରତ ବାଗଚୀଙ୍କୁ ଦାୟିତ୍ୱ ଦେଇଥିଲେ । ଆଉ ଆଜି ଏହି କ୍ରମରେ କରୋନା ମୁକାବିଲା ନେଇ ସଚେତନ କଲେ ସରକାରଙ୍କ ମୁଖ୍ୟ ମୁଖପାତ୍ର । ବିଶ୍ୱ ମହାମାରୀରୁ ମୁକୁଳିବା ପାଇଁ ଆଜି ଏକ ପ୍ରେସମିଟ୍ ଜରିଆରେ ଲୋକଙ୍କୁ ସଚେତନ କରିଛନ୍ତି ସୁବ୍ରତ ବାଗଚୀ । ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଜନସମ୍ପର୍କ ବଜାୟ ରଖିବାକୁ ଜନତାଙ୍କ ଅପିଲ୍ କରିଛନ୍ତି । ଚାଞ୍ଚଲ୍ୟ, ରହସ୍ୟ ଓ ଗୁଜବ ଠାରୁ ଦୂରେଇ ରହି ଏଭଳି ସ୍ଥିତିରେ ଶାନ୍ତ ଓ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ସରକାରଙ୍କ ମୁଖ୍ୟ ମୁଖପାତ୍ର ।

କୋଭିଡ଼୍-୧୯ ଭୂତାଣରୁ ପ୍ରତିକାର ଏପର୍ଯ୍ୟନ୍ତ ମିଳିନି । ମହାମାରୀରୁ ବଞ୍ଚିବା ପାଇଁ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ଗବେଷଣା ଜାରି ରଖିଛନ୍ତି । କାଶ, ଛିଙ୍କ ଓ ସ୍ପର୍ଶରୁ ବ୍ୟାପୁଥିବା ଏହି ଭୂତାଣୁ ରକ୍ଷା ପାଇଁ ଅଧିକରୁ ଅଧିକ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ସରକାରଙ୍କ ମୁଖ୍ୟ ମୁଖପାତ୍ର ।