କନକ ବ୍ୟୁରୋ : ବୌଦ୍ଧରେ ତାଲାବନ୍ଦ କଟକଣା । ମଧ୍ୟ ରାତ୍ରିରୁ ବୌଦ୍ଧରେ ମଧ୍ୟ ଲାଗୁହେଲା ଲୋକଡାଉନ। ସଜାଗ ହୋଇଯାଇଛି ବୌଦ୍ଧ ଜିଲ୍ଲା ପ୍ରଶାସନ । କୋରୋନା ଭାଇରସ ସଂକ୍ରମଣ ଯେଭଳି କୌଣସି ପରିସ୍ଥିତିରେ ହୋଇନପାରିବ ସେନେଇ ପ୍ରଶାସନ ଦୃଢ ପଦକ୍ଷେପ ଗ୍ରହଣ କରିଛି ।
ବିଶେଷ ଭାବରେ ବାହାରୁ ଆସୁଥିବା ଦାଦନ ଶ୍ରମିକ ଓ ଅନ୍ୟ ରାଜ୍ୟ ତଥା ଦେଶ ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖିଛି ଜିଲ୍ଲା ପ୍ରଶାସନ । ଏଥୁସହ ନିୟମ ନମାନିଲେ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଜିଲ୍ଲାର ବିଭିନ୍ନ ମନ୍ଦିର, ବଜାର, ହୋଟେଲ, ଠେଲା ବ୍ୟବସାୟ, ଉଠା ଦୋକାନ, ଭୋଜି ଉପରେ ସମ୍ପୂର୍ଣ୍ଣ ରୋକ ପୂର୍ବରୁ ହିଁ ଲଗାଇଦେଇଛି ପ୍ରଶାସନ । ଦୈନିକ ବଜାରରେ ଭିଡ ନିୟନ୍ତ୍ରଣ କେତେକ ବ୍ୟବସାୟୀଙ୍କୁ ଛାପାଖାନା ପଡିଆକୁ ସ୍ଥାନାନ୍ତର କରାଯାଇଛି ।
ଅତି ଆବଶ୍ୟକ ଜିନିଷ ଯେମିତି ଔଷଧ ଦୋକାନ ଆଦି ଖୋଲା ରହିଛି। ଲୋକମାନେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରିଥିବା ନିର୍ଦ୍ଦେଶଙ୍କୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି । ଜରୁରୀ କାମ ନଥିଲେ ବାହାରକୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ବୌଦ୍ଧ ଜିଲ୍ଲାପାଳ ଓ ଏସପି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/7-11.jpg)
/kanak/media/post_attachments/wp-content/uploads/2020/03/Screen-Shot-2020-03-25-at-11.04.25-AM-300x187.png)
/kanak/media/post_attachments/wp-content/uploads/2020/03/Screen-Shot-2020-03-25-at-11.04.45-AM-300x188.png)