ସଚେତନତା ପାଇଁ ଲୋଡ଼ା ନାହିଁ ଭାଷା : ଲୁପ୍ତପ୍ରାୟ କଳା ଜରିଆରେ ମୂକ ଅଭିନୟ କରି କରୋନା ପ୍ରକୋପ ବୁଝାଇବାକୁ କଳାକାରଙ୍କ ପ୍ରୟାସ
କନକ ବ୍ୟୁରୋ : କାୟା ବିସ୍ତାର କରିଛି କରୋନା । ଏହାର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି ସରକାର । ଲାଗୁ ହୋଇଛି ନିୟମ, ପ୍ରସ୍ତୁତ ହୋଇଛି କାଇଦା-କଟକଣା । ହେଲେ କେତେକ ଏହାକୁ ମାନୁ ନାହାନ୍ତି ବା ଏ ଦିଗରେ ସଚେତନ ହେଉ ନାହାନ୍ତି । ଏଭଳି ସ୍ଥିତିରେ ଲୁପ୍ତପ୍ରାୟ କଳା ଜରିଆରେ ଲୋକମାନଙ୍କୁ ସଚେତନ କରିବାକୁ ନିଆରା ପ୍ରୟାସ କରିଛନ୍ତି ଜଣେ ଗବେଷକ । ରାଜଧାନୀର ବିଭିନ୍ନ ଜାଗାରେ ମୂକ ଅଭିନୟ ଜରିଆରେ ଲୋକଙ୍କୁ ସଚେତନ କରାଇଛନ୍ତି ଓଡ଼ିଆ ନାଟକ ଉପରେ ଗବେଷଣା କରୁଥିବା ‘ମାଇମ୍ ଆର୍ଟିଷ୍ଟ’ ଚିତ୍ତରଂଜନ ଶତପଥୀ ।
Kanak News is now on WhatsApp
Join and get latest news updates delivered to you via WhatsApp
ସଚେତନତା ପାଇଁ ଭାଷା ଲୋଡ଼ା ନାହିଁ । କଥାବାର୍ତ୍ତା ବିନା ବି ଲୋକଙ୍କୁ ଯେ ସଚେତନ କରିହେବ ତାହା ସେ କରି ଦେଖାଉଛନ୍ତି । ପଣକିଆ ଘୋଷିଲେ ଯେମିତି ମନେ ରହିଯାଏ ସେଭଳି ବାରମ୍ବାର ଲୋକଙ୍କୁ ସଚେତନ କଲେ ଲୋକ ବୁଝି ଯାଆନ୍ତି। କେବଳ କୋଭିଡ୍-୧୯ ମୁକାବିଲା ନୁହେଁ, ବରଂ ଲୋକଙ୍କର ଥିବା ସମସ୍ତ ଖରାପ ଅଭ୍ୟାସ ଛାଡ଼ିବାର ବେଳ ଆସିଛି ବୋଲି କହିଛନ୍ତି ଚିତ୍ତରଞ୍ଜନ ।
ତାଙ୍କ ପରିବାର ମିରଟ୍ରେ ରହୁଥିବା ବେଳେ ସେ ଏବେ ଭୁବନେଶ୍ବରରେ ରହୁଛନ୍ତି। ପତ୍ନୀ କର୍ଣ୍ଣଲ ସବିତା ପଣ୍ଡା ସେନାରେ କର୍ଣ୍ଣେଲ ଭାବରେ ଦେଶ ସେବା କରୁଛନ୍ତି। ଝିଅ ପ୍ରତୀକ୍ଷା ମଧ୍ୟ ଗବେଷଣା କରିବା ସହ ଏବେ ଦିଲ୍ଲୀ ସରକାରଙ୍କ ଅନୁମତି କ୍ରମେ ତାଲା ବନ୍ଦ ସମୟରେ ଘରେ ବସି ମାନସିକ ଚିନ୍ତାରେ ବୁଡ଼ି ରହିଥିବା ଲୋକଙ୍କୁ କାଉନ୍ସେଲିଂ କରୁଛନ୍ତି। ଏବେ ପରିବାର କଥା ନୁହେଁ, ଦେଶ କଥା ଚିନ୍ତା କରିବାର ସମୟ ଆସିଛି ବୋଲି ସେ କହିଛନ୍ତି।