ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଲୋକମାନେ ଧନିଆ ଗୁଣ୍ଡ ଓ ଧନିଆ ପତ୍ରକୁ ବ୍ୟବହାର କରିଥାନ୍ତି । କୁହାଯାଏ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଧନିଆ ପତ୍ର ବେଶ ଉପଯୋଗୀ । ଧନିଆପତ୍ରରେ ଥାଏ ଅପୂର୍ବ ମହକ । କିନ୍ତୁ ଆପଣ ଜାଣିଛନ୍ତି କି ଧନିଆ ଗୁଣ୍ଡ ସ୍ୱାସ୍ଥ୍ୟ ପାଇଁ କେତେ ଉପଯୋଗୀ ? ଧନିଆ ଗୁଣ୍ଡରେ ଫାଇବର, କ୍ୟାଲସିୟମ, ଆଂଟି ଅକ୍ସିଡେଂଟ ଭରପୂର ମାତ୍ରାରେ ରହିଛି । ଯାହାଦ୍ୱାରା ପେଟ ସମସ୍ୟା, ଏସିଡିଟି ଓ ଗ୍ୟାସ ସମସ୍ୟାକୁ ଦୂର କରିବାରେ ସହାୟତା ହୋଇଥାଏ । ଏହା ବ୍ୟତୀତ ୟୁରିନ ଇଂଫେକସନ, ବ୍ଲଡ ସୁଗାର ଭଳି ରୋଗକୁ ମଧ୍ୟ ନିୟନ୍ତ୍ରଣ କରିହୁଏ । ସେଥିପାଇଁ ଅନେକ ଦେଶରେ ଧନିଆ ଗଛକୁ ଆଂଟି ଡାଇବେଟିସ ଗଛ ନାମରେ ଜାଣନ୍ତି । ତେବେ ଆସନ୍ତୁ ଜାଣିବା ଧନିଆ ପାଉଡରର କେତେକ ଉପକାରିତା ବିଷୟରେ ।

Advertisment

ପାଚନ ସମସ୍ୟା - ଧନିଆ ଗୁଣ୍ଡରେ ଅଳ୍ପ ମାତ୍ରାର ହେଙ୍ଗୁ ଓ କଳା ଲୁଣ ନେଇ ପାଣିରେ ମିଶାନ୍ତୁ । ତା’ପରେ ଏହି ପାଣିକୁ ପିଅନ୍ତୁ । ଏହା ଦ୍ୱାରା କୋଷ୍ଠକାଠିନ୍ୟ, ଝାଡାବାନ୍ତି, ଗ୍ୟାସ ଭଳି ସମସ୍ୟାକୁ ଦୂର ହୋଇଥାଏ ।

ବ୍ଲଡ ସୁଗାର - ଶରୀରର ସୁଗାର ସ୍ତରକୁ କମ କରି ଇନସୁଲିନ ମାତ୍ରାକୁ ବଢାଇଥାଏ ଧନିଆ ପାଉଡର । ଯାହା ଫଳରେ ଶରୀରର ବ୍ଲଡ ସୁଗାର ନିୟନ୍ତ୍ରଣ ରହିଥାଏ । ସେଥିପାଇଁ ଭୋଜନ ସମୟରେ ଏହାକୁ ଖାଇବା ଭଲ ।

publive-image

ପେଟ ଜଳାପଡା - ଅଳ୍ପ କିଛି ଜିରା ଓ ଧନିଆ ଗୁଣ୍ଡ ନେଇ ପେଷ୍ଟ ତିଆରି କରନ୍ତୁ । ତା’ପରେ ଅଳ୍ପ ପରିମାଣର ପାଣି ନେଇ ମିଶାଇ ପେଷ୍ଟରେ ମିଶାନ୍ତୁ । ଏହାଦ୍ୱାର ପେଟରେ ହେଉଥିବା ଜଳପଡା ସମସ୍ୟା ଦୂର ହୋଇପାରେ ।

ସଂକ୍ରମଣ ରୋଗ - ଯଦି ଆପଣ ଧନିଆ ପାଉଡରକୁ ପ୍ରତିଦିନ ଖାଇବେ, ତେବେ ଆପଣ ସଂକ୍ରମଣ ରୋଗରୁ ରକ୍ଷା ପାଇପାରିବେ ।

ଦୁର୍ବଳତା ଲାଗିଲେ- ରାତିରେ ଧନିଆ ତଥା ଅଁଳା ଗୁଣ୍ଡକୁ ପାଣିରେ ଭିଜାଇ ରଖନ୍ତୁ । ସକାଳୁ ଏହି ପାଣିକୁ ପିଅନ୍ତୁ । ଦେଖିବେ ଦୁର୍ବଳ ଲାଗୁଥିଲେ ଆପଣ ସୁସ୍ଥ ମନେ କରିବେ ।