କନକ ବ୍ୟୁରୋ : ପୋଲିସଙ୍କୁ ବି ନୂଆ ମୋଟର ଯାନ ଆଇନର ଭୟ । ନିୟମ ଉଲ୍ଲଂଘନ କରି ତଣ୍ଡ ଗଣିବେ ପୋଲିସ୍ ବାବୁ । ନିଜ ଗାଡ଼ିରେ ଦୁଇଜଣଙ୍କୁ ବସାଇ ନେଉଥିଲେ ପୁଲିସ ବାବୁଙ୍କୁ ଏବେ ଫାଇନ ଦେବାକୁ ପଡିବ । ଖୋଦ ଏହି ନିର୍ଦ୍ଦେଶ ଦେଇଛନ୍ତି ପୁଲିସ କମିଶନର ଡ଼. ସୁଧାଂଶୁ ଷଡ଼ଙ୍ଗୀ । ସୂଚନା ମୁତାବକ ନିଜ ହୋଣ୍ଡା ଆକ୍ଟିଭା ଗାଡ଼ିରେ ପୁଲିସ ବାବୁ ଜଣକ ନିଜ ସହ ଅନ୍ୟ ଦୁଇ ଜଣଙ୍କୁ ବସାଇ ଭୁବନେଶ୍ୱର ରାସ୍ତାରେ ବେଧଡକ ଭାବେ ବୁଲୁଥିଲେ । ଯାହାକୁ ନେଇ ଜଣେ ବ୍ୟକ୍ତି କମିଶନରଙ୍କୁ ଟ୍ୱିଟ କରିଥିଲେ।
ଏହି ସୂଚନା ପାଇବା ପରେ ପୁଲିସ ବାବୁଙ୍କର ମଧ୍ୟ ଚାଲାଣ କଟାଯିବ ବୋଲି କମିଶନର ନିର୍ଦ୍ଦେଶ ଦେଇଛନ୍ତି | ସୂଚନା ମୁତାବକ ହୋଣ୍ଡା ଆକ୍ଟିଭା ଗାଡି ଓଡି ୦୨ ଏଏମ ୯୩୫୮ ଗାଡିର ମାଲିକ ହେଉଛନ୍ତି ସନ୍ତୋଷ କୁମାର ଭଞ୍ଜ |
Thanks for bringing this to my notice. We will challan him. https://twitter.com/alokkupanda3/status/1173454271871733761 …
Alok ku panda@Alokkupanda3@SarangiSudhansu what is this sir 3 people in two wheeler in a police men's scooty? How much fine he will be give? This photo is from Bhubaneswar & He is a commissionerate police staff