କନକ ବ୍ୟୁରୋ : ଘରେ ଘରେ ଗ୍ୟାସ୍ ପହଂଚାଇବାକୁ ଭୁବନେଶ୍ୱରରେ ଆଜି ଆରମ୍ଭ ହେଇଛି କେନ୍ଦ୍ର ସରକରାଙ୍କ ନୁଆ ଯୋଜନା । ରାଜଧାନୀରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀଙ୍କ ଉର୍ଜାଗଙ୍ଗା ଯୋଜନାର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱରର ନାଲକୋ ନଗରର ୨୫୫ ଘରକୁ ପ୍ରାଥମିକ ପର୍ଯ୍ୟାୟରେ ଗ୍ୟାସ ସଂଯୋଗ ପ୍ରକଳ୍ପ ଆରମ୍ଭ କରାଯାଇଛି ।
ରାଜ୍ୟରେ ୧୩ଟି ଜିଲ୍ଲାରେ ୭୬୯ କିମି ଗ୍ୟାସ୍ ଲାଇନ୍ ବିଛାଇବାକୁ ଯୋଜନା ଅଛି । ହୋଲି ପୂର୍ବରୁ କଟକ ସହରରେ ଗ୍ୟାସ୍ ସଂଯୋଗ କରାଯିବ । ପରବର୍ତୀ ସମୟରେ କଟକ-ଭୁବନେଶ୍ୱରକୁ ସଂଯୋଗ କରୁଥିବା ଅଂଚଳରେ ଥିବା ୫୦ ହଜାର ପରିବାରଙ୍କୁ ପିଏନଜି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଗ୍ୟାସ ସଂଯୋଗ କରାଯିବ । ଏଥିପାଇଁ ୫ ହଜାର ୨ ଶହ କୋଟି ପୁଂଜି ନିବେଶ କରାଯିବ । ମୋଟ ୨ ଲକ୍ଷ ୫୦ ହଜାର ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ଉର୍ଜାଗଙ୍ଗା ଯୋଜନା ମାଧ୍ୟମରେ ପାଇପ୍ ଯୋଗେ ଗ୍ୟାସ ଯୋଗାଇ ଦିଆଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/Screen-shot-2017-10-20-at-1.30.33-PM.png)