ଆଦିତ୍ୟ ଦାସଙ୍କ ସୁଇସାଇଡ ନୋଟକୁ ନେଇ ବିବାଦ । ଆଦିତ୍ୟଙ୍କ ହାତ ଲେଖା ନୁହେଁ ବୋଲି କହିଲେ ପିପୁଲ ଫର ସେବା ଟ୍ରଷ୍ଟ ସଦସ୍ୟ । ଜିଆରପି ଏସପି କହିଲେ, ହସ୍ତାକ୍ଷାର ପରୀକ୍ଷା ପାଇଁ ଫରେନସିକ ଲ୍ୟାବକୁ ପଠାଯିବ ସୁଇସାଇଡ ନୋଟ୍ ।

870

କନକ ବ୍ୟୁରୋ : ସମାଜସେବୀ ଆଦିତ୍ୟ ଦାସଙ୍କ ସୁଇସାଇଡକୁ ନେଇ ବଢିଛି ରହସ୍ୟ । ଆଦିତ୍ୟଙ୍କ ମୃତ୍ୟୁ ପରେ ପୁଲିସ ତାଙ୍କ ଡାଏରୀ ଜବତ କରିଥିବା ବେଳେ ଏଥିରେ ଲେଖାଥିବା ସୁଇସାଇଡ ନୋଟ ଆଦିତ୍ୟଙ୍କ ହାତ ଲେଖା ନୁହେଁ ବୋଲି କହିଛନ୍ତି ପିପୁଲ ଫର ଟ୍ରଷ୍ଟ ସେବା ସଦସ୍ୟ । ଏହା ଆଦିତ୍ୟଙ୍କ ହସ୍ତାକ୍ଷାର ନୁହେଁ । ଏହାର ଯାଂଚ କରାଯାଉ ବୋଲି ଟ୍ରଷ୍ଟ ସଦସ୍ୟ ଦାବି କରିଛନ୍ତି । ଏପରିକି ସେ ଆତ୍ମହତ୍ୟା କରିନାହାନ୍ତି ତାଙ୍କୁ ହତ୍ୟା କରଯାଇଛି । ଏହା ପଛରେ ଅନେକ ଷଡଯନ୍ତ୍ର ଅଛି ।

ତଦନ୍ତ କଲେ ମୃତ୍ୟୁର ପ୍ରକୃତ କାରଣ ପଦାକୁ ଆସିବ ବୋଲି ଟ୍ରଷ୍ଟ ସଦସ୍ୟ କହିଛନ୍ତି । ଗତକାଲି ଜିଆରପି ଥାନାରେ ଆଦିତ୍ୟଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ଏତଲା ଦେଇଥିଲେ ପିପୁଲସ ଫର ସେବାର ସ୍ୱେଛାସେବୀ । ସେ ଆତ୍ମହତ୍ୟା କରି ନାହାଁନ୍ତି ତାଙ୍କୁ ହତ୍ୟା କରି ରେଳ ଧାରଣାରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗରେ ଦର୍ଶାଇଛନ୍ତି । ଗତ ମଙ୍ଗଳବାର ସୁନ୍ଦରପଦା ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ଆଦିତ୍ୟଙ୍କ ମୃତହେଦ ମିଳିଥିଲା ।

ସେପଟେ ଆଦିତ୍ୟଙ୍କ ସୁଇସାଇଡକ ନୋଟକୁ ପରୀକ୍ଷା ପାଇଁ ଫରେନସିକ ଲ୍ୟାବକୁ ପଠାଯିବ ବୋଲି କହିଛନ୍ତି ଜିଆରପି ଏସପି । ଏହା ଆଦିତ୍ୟଙ୍କ ହାତଲେଖା କି ନୁହେଁ ସେ ନେଇ ପରୀକ୍ଷା କରାଯିବ । ହ୍ୟାଣ୍ଡରାଟିଂ ବ୍ୟୁରୋରେ ଏହି ହସ୍ତାକ୍ଷର ପରୀକ୍ଷା ଯିବ ବୋଲି ଜିଆରପି ଏସପି କହିଛନ୍ତି ।