କନକ ବ୍ୟୁରୋ : ଦୀର୍ଘ ୭୦ବର୍ଷ ଭିତରେ ଭାରତର ଅର୍ଥବ୍ୟବସ୍ଥା ଖରାପ ସ୍ଥିତି ଦେଇ ଗତି କରୁଛି । ଦେଶର ଅର୍ଥବ୍ୟବସ୍ଥାକୁ ଆଗକୁ ନେବାକୁ ହେଲେ ପୁଂଜି ନିବେଶ ଉପରେ ଅଧିକ ଧାନ ଦେବାକୁ ପଡିବ ବୋଲି କହିଛନ୍ତି ନୀତି ଆୟୋଗ ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ବିମୁଦ୍ରାକରଣ ଓ ଜିଏସଟି ଲାଗୁ ହେବା ପରେ ଦେଶରେ ଏଭଳି ସ୍ଥିତି ଦେଖାଦେଇଛି । ନୋଟବନ୍ଦୀ ଓ ଜିଏସଟି ଯୋଗୁଁ ଦେଶରେ ଅର୍ଥ ସଙ୍କଟ ଦେଖାଦେଇଛି । ଆଉ ଏହା ଦେଶ ବିକାଶରେ ବାଧକ ସାଜିଛି ବୋଲି ସେ କହିଛନ୍ତି ।
ଏବେ ଘରୋଇ କ୍ଷେତ୍ରରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଖରାପ ଅର୍ଥବ୍ୟବସ୍ଥା ପାଇଁ କେହି କାହାରି ଉପରେ ଭରସା କରିପାରୁନାହାନ୍ତି । ସବୁ କ୍ଷେତ୍ରରେ ନଗଦ ଓ ଟଙ୍କା ଜମା କରିବାକୁ ପଡ଼ୁଛି । ତେଣୁ କେହି ଆଉ ପୁଂଜି ନିବେଶ ଉପରେ ମନ ବଳାଉ ନାହାନ୍ତି । ତେଣୁ ଏହା ଉପରେ ସରକାର ଧ୍ୟାନ ଦେବା ଉଚିତ ଏବଂ କିଛି ସେହିଭଳି ପଦକ୍ଷପ ଗ୍ରହଣ କରିବା ଉଚିତ ବୋଲି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/12/for-indian-economy-cashless-story_thinkstockphotos-587191498.jpg)