କନକ ବ୍ୟୁରୋ : ଭାରତର ଭିତରେ ସବୁଠାରୁ ସଂକ୍ରମିତ ରାଜ୍ୟ ମଧ୍ୟରେ ଓଡ଼ିଶା ୧୬ ତମ ସ୍ଥାନରେ ରହିଛି । ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ରଙ୍କ ସୂଚନା ଅନୁସାରେ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ସର୍ବମୋଟ୍ ୨୪୪୧ ନମୂନା ପରୀକ୍ଷଣ ହୋଇ ରିପୋର୍ଟ ଆସିଛି । ଏଥିମଧ୍ୟରୁ ପଜିଟିଭ୍ ବ୍ୟକ୍ତିଙ୍କ ସଂଖ୍ୟା ୪୨ ରହିଥିବା ବେଳେ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି ୨ ଜଣ । ଏବଂ ଜଣେ ବ୍ୟକ୍ତି କରୋନା ଭାଇରସରେ ସଂକ୍ରମିଣ ହୋଇ ପ୍ରାଣ ହରାଇଛନ୍ତି । ଅନ୍ୟପଟେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଏବେ ୩୯ ରହିଥିବା ବେଳେ ୯୧ ଜଣ କରୋନା ସନ୍ଦିଗ୍ଧ ବିଭିନ୍ନ ଚିକିତ୍ସାଳୟରେ ପୃଥକବାସରେ ଅଛନ୍ତି ।
ତେବେ ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ ଘୋଷଣା ହୋଇଥିବା କଣ୍ଟେନମେଣ୍ଟ୍ ଜୋନ ବିଷୟରେ ସବିଶେଷ ବିବରଣୀ ଦେଇଛନ୍ତି ସୁବ୍ରତ ବାଗଚୀ । କେଉଁ ଜିଲ୍ଲାରେ ରହିଛି କେତୋଟି କଣ୍ଟେନମେଣ୍ଟ୍ ଜୋନ, ଦେଖନ୍ତୁ ପୁରା ତାଲିକା ।
ରାଜ୍ୟର କୋଭିଡ଼୍ ୧୯ କଣ୍ଟେନମେଣ୍ଟ ଜୋନ୍
୧) ଖୋର୍ଦ୍ଧା ଜିଲ୍ଲାରେ ୪ଟି କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଛି । ଏଠାରେ ୩୪ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ସୂର୍ଯ୍ୟନଗର, ସୁନ୍ଦରପଦାରୁ ଯଦୁପୁର, ବମିଖାଲ ଏବଂ ସତ୍ୟନଗର କଣ୍ଟେନମେଣ୍ଟ ଜୋନ୍
୨) କଟକ ଜିଲ୍ଲାରେ ଜଣେ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨ଟି କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଛି । ଏକନମ୍ବର ୱାର୍ଡ଼ ଜୟରାମପୁର ଗ୍ରାହମ ପଞ୍ଚାୟତ ନିଶ୍ଚିତକୋଇଲି ତହସିଲ, ୱାର୍ଡ଼ ନମ୍ବର ୧୨,୧୩ ମିର୍ଜାପୁର ଗ୍ରାମ ପହଞ୍ଚାୟତ ସାଲେପୁର ତହସିଲ, ବକ୍ସିବଜାର ଛକରୁ ସାଇନ୍ସ କଲେଜ୍ ସୂତାହାଟ ମସଜିଦ୍ ଛକରୁ ତିନିକୋଣିଆ ବଗିଚା ପର୍ଯ୍ୟନ୍ତ
୩) ଗଞ୍ଜାମ ଜିଲ୍ଲାରେ ଗୋଟିଏ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଚିକିଟି ବ୍ଲକର ଲାଲମେଣ୍ଟା ଗାଁକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି ପ୍ରଶାସନ ।
୪) ଯାଜପୁର ଗୋଟିଏ କଣ୍ଟେନମେଣ୍ଟ ଜୋନ । ରସୁଲପୁର ବ୍ଲକର ବ୍ରହ୍ମବରଦ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।
୫) କେନ୍ଦ୍ରାପଡ଼ା- ରାଧାନଗର,ବଳଭଦ୍ରପୁର, ଶୀଳତେଶ୍ୱର, ଶୀତଳସ୍ତମ୍ବ, ନିଆଳ, ଗଉଡ଼ପାଟଣା, ଭାଟପଡ଼ା, ମେଧାପୁର, କାନ୍ତିପୁର, ଗୋପ
୬) ପୁରୀ- ଦାନାଗହୀନ ଗାଁ ଛକ, ଜୟପୁର ଶାସନ ଛକ, ପିପିଲି ବ୍ଲକ୍ ଜୟପୁର ଛକ ଶାସନ ଛକ
୭)ଭଦ୍ରକ –ପୁରୁଣା ବଜାର, ଚରମ୍ପା ରେଲୱେ ଷ୍ଟେସନ୍ ଅଞ୍ଚଳ, ଏରିନ୍ ଗ୍ରାମପଞ୍ଚାୟତ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ
୮) କଳାହାଣ୍ଡି –ବେହେରାଗୁଡ଼ା, ପର୍ଯିୟା ଏବଂ ଖମାର ହଳଦୀକୁ କଣ୍ଟେନମେଣ୍ଟ ଜୋନ ଚିହ୍ନଟ ହୋଇଛନ୍ତି ।
ତେବେ ଶେଷରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର କହିଛନ୍ତି କରୋନା ଲଢ଼େଇ ଏକ ଲମ୍ବା ଦୌଡ଼ । କରୋନା ଲଢ଼େଇ ଆଜି କାଲି ଭିତରେ ସମାପ୍ତ ହେବନି । ମନକୁ ଶାନ୍ତ ରଖି ସଂଗ୍ରାମ ଜୟ କରିବାକୁ ପଡ଼ିବ । ନିଜକୁ ଓ ନିଜ ପ୍ରିୟଜନଙ୍କୁ ଦେଖି ନିଜକୁ ଶାନ୍ତ ରଖନ୍ତୁ । ଘର ଭିତରେ ଅଟକ ଅବସ୍ଥାରେ ଶାରୀରିକ ପରିଶ୍ରମ କରନ୍ତୁ । ଏକାଠି ଖିଆପିଆ କରନ୍ତୁ । ସାଙ୍ଗ ହୋଇ ସମୟ ବିତାନ୍ତୁ । ଅଳ୍ପ ଖାଆନ୍ତୁ ଏବଂ ସାରା ଦେଶବାସୀ କଥା ଚିନ୍ତା କରନ୍ତୁ । ମା’ଭଉଣୀ, ସ୍ତ୍ରୀଙ୍କୁ କାମରେ ସାହାଯ୍ୟ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ସୁବ୍ରତ ବାଗଚୀ । କେବଳ ଏତିକି ନୁହେଁ ବୟସ୍କ, ଭିନ୍ନକ୍ଷମ ସଦସ୍ୟଙ୍କ ଆଦର ଯତ୍ନ କରିବା ପାଇଁ କହିଛନ୍ତି । ଏବେ ଶାରୀରିକ ଦୂରତ୍ୱ ରଖିବା ସହ ମାନସିକ ମେଳ ରଖିବାର ସମୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/49-2.jpg)