କନକ ବ୍ୟୁରୋ : ଗାଜିଆବାଦ ପୁଲିସ କନେଷ୍ଟବଳଙ୍କ ଦାଦାଗିରି । ଖାଇବା ମିଳିଲାନି ବୋଲି ଢ଼ାବା ମାଲିକକୁ ଗୁଳି ମାରିଲେ କନେଷ୍ଟବଳ । ସବୁ ଖାଇବା ଶେଷ ହେଲାଣି ବୋଲି କହିବାରୁ ଜଣେ ଢାବା ମାଲିକଙ୍କ ଉପରକୁ ଶୁକ୍ରବାର ରାତିରେ ଗାଜିଆବାଦର ଜଣେ କନେଷ୍ଟବଳ ଗୁଳି ଚଳାଇଥିବା କଥା କୁହାଯାଉଛି । ପରେ ପରେ ସରକାରୀ ଅଧିକାରୀମାନେ ଘଟଣାରେ ହସ୍ତକ୍ଷେପ କରି ସନ୍ଦିଗ୍ଧ କନେଷ୍ଟବଳଙ୍କ ନାମରେ ଏଫଆଇଆର୍ ଦେବାକୁ ନିର୍ଦେଶ ଦେଇଥିଲେ ।
ପୁଲିସ ଅନୁସାରେ, ଘଟଣାଟି ଶୁକ୍ରବାର ରାତି ପ୍ରାୟ ୧୦ଟା ବେଳେ ଘଟିଥିଲା । ମୁଜାଫରନଗରର କନେଷ୍ଟବଳ ସନ୍ଦୀପ ବଳିୟାନ୍ ଆଜାଦ କୁମାରଙ୍କ ଢାବାରେ ପହଞ୍ଚିଥିଲେ । ସେଦିନ ପାଇଁ ଭୋଜନ ସରିଗଲାଣି ବୋଲି ଢାବା ମାଲିକ ତାଙ୍କୁ କହିବା ସତ୍ତ୍ୱେ ଖାଦ୍ୟ ପାଇଁ ବଲିୟାନ୍ ଜିଦି ଧରିଥିଲେ। ଆଉ ଏଥିପାଇଁ ଦୁହିଁଙ୍କ ମଧ୍ୟର ଝଗଡ଼ା ଆରମ୍ଭ ହୋଇଥିଲା ଓ କନେଷ୍ଟବଳ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚଳାଇଥିଲେ ।
ତେବେ ସୌଭାଗ୍ୟବାଶତଃ ଦୁଇଟିଯାକ ଗୁଳି ଲକ୍ଷ୍ୟଭ୍ରଷ୍ଟ ହୋଇଥିଲା ଏବଂ ଢ଼ାବା ମାଲିକ ବଂଚିଯାଇଥିଲେ । ଅନ୍ୟପଟେ କନେଷ୍ଟବଳ ଗୁଳି ମାରିବା ପରେ ଘଟଣାସ୍ଥଳରୁ ଖସି ପଳାଇଯାଇଥିଲେ। ଏବେ ମଧ୍ୟ ସେ ଫେରାର ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/1bf5c486-dce0-11e9-89b8-e15e15df329c.jpg)