ଷୋଡ଼ସ ବିଧାନସଭା ନିର୍ବାଚନ : ନରସିଂହ ଓ ତାରା ଜିତିଲେ, ଅନ୍ୟ କଂଗ୍ରେସ ବିଧାୟକ ହାରିଲେ

246

କନକ ବ୍ୟୁରୋ : ପଞ୍ଚଦଶ ବିଧାନସଭାରେ କଂଗ୍ରେସ ୧୬ଟି ଆସନ ପାଇଥିଲା । ବିଜେପୁର ବିଧାୟକ ସୁବଳ ସାହୁଙ୍କ ବିୟୋଗ ପରେ ସେହି ଆସନ ବିଜେଡି ହାତକୁ ଚାଲିଯାଇଥିଲା । ପରବର୍ତ୍ତୀ ସମୟରେ କଂଗ୍ରେସରୁ କୃଷ୍ଣଚନ୍ଦ୍ର ସଗରିଆ ଇସ୍ତଫା ଦେଇଥିଲେ । ଯୋଗେଶ ସିଂହଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା । ନବକିଶୋର ଦାସ କଂଗ୍ରେସ ଛାଡ଼ି ବିଜେଡି ଟିକେଟ୍‌ ପାଇ ଏଥର ଜିତିଛନ୍ତି । ପ୍ରକାଶ ବେହେରା କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇ ପ୍ରାର୍ଥୀ ହୋଇଥିଲେ ବି ହାରିଯାଇଛନ୍ତି ।

ଜାକବ ପ୍ରଧାନ ଦଳୀୟ ଟିକେଟ୍‌ ପାଇନଥିଲେ । କଂଗ୍ରେସ ଟିକେଟ୍‌ରେ ଏଥର ପୁଣି ଲଢ଼ିଥିବା ୮ ଜଣ ବିଧାୟକ ପ୍ରଫୁଲ୍ଲ ମାଝୀ, ଅଂଶୁମାନ ମହାନ୍ତି, ଭୁଜବଳ ମାଝୀ, ଚନ୍ଦ୍ରଶେଖର ମାଝୀ, ଚିରଞ୍ଜୀବୀ ବିଶ୍ବାଳ, ଦେବେନ୍ଦ୍ର ଶର୍ମା, କୈଳାସ କୁଲେଶିକା ଓ କେ ସୂର୍ଯ୍ୟା ରାଓଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ପଞ୍ଚଦଶ ବିଧାନସଭାର ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ପୁଣି ଷେ‌ାଡ଼ଶ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।