ଏରସମା-ବାଲିକୁଦାରେ ନିର୍ବାଚନୀ ହିଂସା ଯୋଗୁଁ ଗଡ଼ିଲା ମୁଣ୍ଡ : ଭୋଟ ଦେଇ ଘରକୁ ଫେରୁଥିବା ବେଳେ କଂଗ୍ରେସ କର୍ମୀଙ୍କୁ ବୋଲତ ଭୁଷିଦେଲେ ଦୁର୍ବୃତ୍ତ

515

କନକ ବ୍ୟୁରୋ : ନିର୍ବାଚନୀ ହିଂସାରେ ଗଡ଼ିଲା ମୁଣ୍ଡ । ନିର୍ବାଚନକୁ କେନ୍ଦ୍ର କରି ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଏକ ଗାଁରେ ସୋମବାର ହିଂସା ଦେଖାଯାଇଛି । ଭୋଟ ଦେଇ ଘରକୁ ଫେରୁଥିବା ବେଳେ ଜଣେ ସ୍ଥାନୀୟ କଂଗ୍ରେସ କର୍ମୀଙ୍କୁ ସେମାବାର ଅପରାହ୍ଣରେ ଦୁର୍ବୃତ୍ତମାନେ ବୋତଲ ଭୁଷି ହତ୍ୟା କରିଥିବା ଜଣାପଡ଼ିଛି । ଜଗତସିଂହପୁର ଲୋକସଭା ଆସନ ଅନ୍ତର୍ଗତ ଏରସମା-ବାଲିକୁଦା ବିଧାନସଭା ନିର୍ବାଚନ ମଣ୍ଡଳୀର ବଡ଼କୁଜଙ୍ଗ ପଂଚାୟତର ନୋଳିଆ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି ।

ରିପୋର୍ଟ ଅନୁସାରେ ନୋଳିଆ ସାହିର ଲଛମନ ବେହେରା ଆଜି ଅପରାହ୍ଣ ୪ଟା ପାଖାପାଖି ହେବ ଗାଁ ସ୍କୁଲରେ ଥିବା ମତଦାନ କେନ୍ଦ୍ରରୁ ଭୋଟ ଦେଇ ଫେରୁଥିବା ବେଳେ ଜଣେ ଦୁର୍ବୃତ୍ତ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ହିଁ ଲଛମନଙ୍କ ମୃତ୍ୟୁ ହୋଇଥିଲା । କୁହାଯାଉଛି ଯେ, ଲଛମନ ବେହେରା ହେଉଛନ୍ତି ଜଣେ ସ୍ଥାନୀୟ କଂଗ୍ରେସ କର୍ମୀ ଓ ସେ ନିକଟରେ ବିଜୁ ଜନତା ଦଳ ଛାଡ଼ିଥିଲେ  । ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିଥିବା ବେଳେ ଘଟଣାର ତଦନ୍ତ କରୁଛି ।