ବନ୍ଦ ଯୋଗୁ ହଟହଟା ହେଲେ ପର୍ଯ୍ୟଟକ : ପୁରୀ ଷ୍ଟେସନରେ ଅଟକି ରହିଲେ ଶ୍ରଦ୍ଧାଳୁ, କୋଣାର୍କରେ ପର୍ଯ୍ୟଟକଙ୍କୁ ମନ୍ଦିର ଭିତରକୁ ଯିବାକୁ ଦେଲେନି ଆନ୍ଦୋଳନକାରୀ

28

କନକ ବ୍ୟୁରୋ : ଆଜି କଂଗ୍ରେସର ବନ୍ଦ ପାଳନ ବେଳେ ଶ୍ରେକ୍ଷତ୍ର ଓ ଅର୍କକ୍ଷେତ୍ରରେ ଅସୁବିଧା ଭୋଗିଛନ୍ତି ପର୍ଯ୍ୟଟକ । ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ଷ୍ଟେସନ ଓ ବସଷ୍ଟାଂଡରେ ଅଟକି ରହିଥିଲେ । ସେହିପରି କୋଣାର୍କରେ ହଟାହଟା ହୋଇଛନ୍ତି ପର୍ଯ୍ୟଟକ । ଫଳରେ ସୂର୍ଯ୍ୟ ମନ୍ଦିର ଭିତରକୁ ଯାଇପାରିନାହାନ୍ତି ପର୍ଯ୍ୟଟକ । ଅର୍କକ୍ଷେତ୍ରକୁ ଆଜି ଆସିଥିବା ପର୍ଯ୍ୟଟକଙ୍କ ମଧ୍ୟରେ କିଛି ବାହାର ରାଜ୍ୟର ବି ଥିଲେ । ସକାଳେ ବାମପନ୍ଥୀ କର୍ମୀ କର୍ମୀମାନେ ମନ୍ଦିର ଆଗରେ ପ୍ରତିବାଦ କରି ଧାରଣା ଦେଇଥିଲେ । ଏହି ସମୟରେ ପର୍ଯ୍ୟଟକମାନଙ୍କୁ ଛାଡି ନ ଥିଲେ ବାମକର୍ମୀ । କୋଣାର୍କରେ କେବଳ ପର୍ଯ୍ୟଟକ ହଇରାଣ ହୋଇଛନ୍ତି ତା ନୁହେଁ ବନ୍ଦ ଯୋଗୁଁ ଦୋକାନ ବଜାର ବନ୍ଦ ରହିଥିଲା ।

ଏପଟେ କଂଗ୍ରେସର ବନ୍ଦ ଡାକରା ସେପଟେ ପୁଣି ବଢ଼ିଲା ତେଲ ଦର । ତେଲ ବଡ଼ାଇଲା ଚିନ୍ତା । ହୁହୁ ଦରରେ ବଡ଼ି ଚାଲିଛି ଦର । ପକେଟ ହେଉଛି ଖାଲି । ଆଜି ମାଲକାନଗିରିରେ ପେଟ୍ରୋଲ ଦର ୮୩ ଟଙ୍କା ୪୦ ପଇସା ଥିବା ବେଳେ ଡିଜେଲ ୮୧ ଟଙ୍କା ୯୭ ପଇସା ରହିଛି । ସେହିଭଳି, ଜୟପୁରରେ ପେଟ୍ରୋଲ ଲିଟର ପିଛା ୮୨ ଟଙ୍କା୭୫ ପଇସା ଓ ଡ଼ିଜେଲ ୮୧ ଟଙ୍କା ୩୨ ପଇସା ରହିଛି । ଏବଂ ଏସ୍କଟ୍ରା ପ୍ରିମିୟମ୍ ପେଟ୍ରୋଲ ଲିଟର ପିଛା ରହିଛି ୮୫.୬୭ ପଇସା । ଯାହାକୁ ନେଇ ଲୋକଙ୍କ ହୋସ ଉଡିଯାଉଛି । ସେପଟେ ନବରଙ୍ଗପୁର ବଜାରରେ ପେଟ୍ରୋଲ ଦର ଲିଟର ପିଛା ୮୩ ଟଙ୍କାରେ ବିକ୍ରି କରାଯାଉଥିବା ବେଳେ ଡିଜେଲ ୮୧ ଟଙ୍କା ୫୬ ପଇସା ରହିଛି । ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ଦୋକାନ ବଜାର ବନ୍ଦ ହେବା ସହ ସ୍କୁଲ କଲେଜ ସବୁ ବନ୍ଦ ରହିଛି । ଗାଡି ଚଳାଚଳ ବନ୍ଦ ଥିବାରୁ ଯାତ୍ରୀ ନାହିଁ ନଥିବା ହଇରାଣ ହରକତ ହୋଇଛନ୍ତି ।