ଅଳ୍ପେଶ ଓ ହାର୍ଦ୍ଦିକଙ୍କ ପରେ ଦଳିତ ନେତା ଜିଗ୍ନେଶଙ୍କ ଉପରେ କଂଗ୍ରେସର ନଜର ! ରାହୁଲ ଗାନ୍ଧୀଙ୍କ ସହ ଆଜି ବୈଠକ

24

କନକ ବ୍ୟୁରୋ : ଗୁଜରାଟରେ ନିର୍ବାଚନୀ ବିଗୁଲ ବାଜି ସାରିଛି । କଂଗ୍ରେସ ଓ ବିଜେପି  ଉଭୟ ଦଳ ନିଜକୁ ଆଗରେ ରଖିବା ପାଇଁ ନୂଆ ନୂଆ ରଣନୀତି ପ୍ରୟୋଗ କରୁଛନ୍ତି । ବିଜେପି ନିଜ ଗଡ଼ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚେହେରା ଏବଂ ବିକାଶର ଦାବିକୁ ଅସ୍ତ୍ର କରି ଆଗକୁ ବଢ଼ିବାକୁ ଚାହୁଁଛି । ଅନ୍ୟପଟେ କଂଗ୍ରେସ ଜାତିଗତ ସମୀକରଣ ଆଧାରରେ ବିଜେପିର ଦୁର୍ଗ ପତନ ଘଟାଇବାକୁ ଚାହୁଛି । ବିଜେପିକୁ ହରାଇବା ପାଇଁ କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛି । ତେବେ ଗୁଜରାଟରେ ବିଜେପିକୁ ମାତ ଦେବା ପାଇଁ କଂଗ୍ରେସ ବରୋଧୀଙ୍କୁ ଏକାଠି କରୁଥିବାର ଦେଖାଯାଇଛି । କିଛି ଦିନ ପୂର୍ବରୁ ରାଜ୍ୟର ବଡ଼ ଓବିସ ନେତା ଅଳ୍ପେଶ ଠାକୁର କଂଗ୍ରେସର ହାତ ଧରିଛନ୍ତି । ପୂର୍ବରୁ ପଟିଦାର ସଂପ୍ରଦାୟ ବିଜେପିକୁ ସବୁ ନିର୍ବାଚନରେ ସମର୍ଥନ କରିଆସିଛନ୍ତି । କିନ୍ତୁ ଏବେ ପଟିଦାର ନେତା ହାର୍ଦ୍ଦିକ ପଟେଲ ମଧ୍ୟ କଂଗ୍ରେସ ଆଡ଼କୁ ଢ଼ଳୁଥିବାର ଦେଖିବା ପାଇଁ ମିଳିଛି ।

ଯଦି ହାର୍ଦ୍ଦିକ କଂଗ୍ରେସକୁ ସମର୍ଥନ କରନ୍ତି ତେବେ ଏହି ସଂପ୍ରଦାୟର ଭୋଟରେ ବଡ଼ ଧରଣର ବିଭାଜନ ହେବ ବୋଲି କୁହାଯାଉଛି । ଏପରିସ୍ଥଳେ ସମସ୍ତ ବିରୋଧୀଙ୍କୁ ଏକାଠି କରି ବିଜେପିକୁ ହରାଇବା ପାଇଁ ଚେଷ୍ଟା କରୁଛି କଂଗ୍ରେସ । କଂଗ୍ରେସ ଏବେ ରାଜ୍ୟର ତୃତୀୟ ମଜଭୁତ ଯୁବ ନେତା ଜିଗ୍ନେସ ମେବାନୀକୁ ନିଜ ଆଡ଼କୁ ଆଣିବା ପାଇଁ ଲକ୍ଷ୍ୟ ରଖିଛି । ସୂତ୍ର ଅନୁସାରେ ଆଜି ଜିଗ୍ନେସ କଂଗ୍ରେସ ଉପାଧକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପାରନ୍ତି । ଏହି ବୈଠକରେ ଗୁଜରାଟର ପ୍ରଭାରୀ ଅଶୋକ ଗହଲୋତ ମଧ୍ୟ ଉପସ୍ଥିତ ରହିବେ ।

ଗୁୁଜରାଟରେ ଯୁବ ଦଳିତ ନେତା ଜିଗ୍ନେଶ ମେବାନୀ । ଜିଗ୍ନେଶ ପେଶାରେ ଜଣେ ଓକିଲ ଓ ସାମାଜିକ କାର୍ୟ୍ୟକର୍ତ୍ତା । ଉନାରେ ଗୋରକ୍ଷା ନାମରେ ଦଳିତଙ୍କୁ ମାଡ଼ ମାରିବା ବରୋଧରେ ହୋଇଥିବା ଆନ୍ଦୋଳନର ନେତୃତ୍ତ୍ୱ ନେଇଥିଲେ ଜିଗ୍ନେଶ । ଏପରିସ୍ଥଳେ କଂଗ୍ରେସ ତାଙ୍କୁ ନି ସହ ସାମିଲଲ କରି ଦଳିତଙ୍କୁ ନିଜ ପକ୍ଷରେ କରିବା ପାଇଁ ଚାହୁଁଛି । ସୂଚନାଯୋଗ୍ୟ ଜିଗ୍ନେଶ ମେବାନୀ କିଛି ଦିନ ପୂର୍ବରୁ କହିଥିଲେ ଚଳିତ ନିର୍ବାଚନରେ କୌଣସି ପ୍ରକାରେ ସେ ବିଜେପିକୁ ହରାଇବା ପାଇଁ ଚାହୁଁଛନ୍ତି । ତେବେ ଯଦି ଜିଗ୍ନେସ କଂଗ୍ରେସର ହାତ ଧରନ୍ତି ବିଜେପି ପାଇଁ ବହୁତ ବଡ଼ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେବ ।

ଅଳ୍ପେସ ଓ ହାର୍ଦ୍ଦିକଙ୍କ ପରି ଜିଗ୍ନେଶ ମଧ୍ୟ ବିଜେପି ବରୋଧୀ ଆନେଦାଳନର ଏକ ଚେହେରା । ସୂଚନାଯୋଗ୍ୟ ଗୁଜରାଟ ନିର୍ବାଚନ ତାରିଖ ଗୋଷଣା ପୂର୍ବରୁ କଂଗ୍ରେସ ଖେଳିଥିଲା ବଡ଼ ଖେଳ । କଂଗ୍ରେସ ବିଜେପି ବିରୋଧରେ ନିର୍ବାଚନ ଲଢ଼ିବା ପାଇଁ ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ସମେତ ଅନ୍ୟ ଯୁବା ନେତାଙ୍କୁ ଏଳାସହ ଆସିବା ପାଇଁ ନିମନ୍ତ୍ରଣ ଦେଇଥିଲା । ଏହି ନିମନ୍ତ୍ରଣ କ୍ରମ ସର୍ବପ୍ରଥମେ ଅଳ୍ପେଶ ଠାକୁର ହିଁ କଂଗ୍ରେସ ସହ ହାତ ମିଳାଇଥିଲେ । ଅନ୍ୟପଟେ କଗ୍ରେସ ଓ ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ମଧ୍ୟରେ ସହମତି ନଜର ଆସୁଛି । ଏପଟେ ଜିଗ୍ନେସ ମଧ୍ୟ କଂଗ୍ରେସ ପ୍ରତି ନରମ ଭାବ ରଖିଛନ୍ତି ।

ଯଦି ଏହି ତିନି ନେତା କଂଗେସ ସହ ମିଶି ଯାଆନ୍ତି, ତେବେ ଆଗାମୀ ଗୁଜରାଟ ନିର୍ବାଚନ ଜିତିବା ମୋଦିଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହେବ ନିଶ୍ଚିତ । ଅନ୍ୟପଟେ ଗୁଜରାଟରେ ଜିଏସଟି ଯୋଗୁଁ କିଛି ବ୍ୟବସାୟୀ ଗୋଷ୍ଠୀ ମଧ୍ୟ ମୋଦିଙ୍କ ବିରୋଧରେ ଆସିଛନ୍ତି । ମୋଦି ପ୍ରଧାନମନ୍ତ୍ରୀ ହେବାପରେ ବିଜେପିର ରାଜନୈତିକ ପତିଆରା ଯଥେଷ୍ଟ ବୃଦ୍ଧି ପାଇଥିବା ବେଳେ ଅସଲ ଅଗ୍ନି ପରୀକ୍ଷା ଡିସେମ୍ବରରେ ହିଁ ହେବ ବୋଲି କୁହାଯାଉଛି ।