କନକ ବ୍ୟୁରୋ : ରୋଜଗାର ଦେବାରେ ଫେଲ ହୋଇଛନ୍ତି ମୋଦି ସରକାର । ୨୦୧୪ରେ ମୋଦି ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ହୋଇନି । ମୋଦି ସରକାରଙ୍କୁ ଟାର୍ଗେଟ କରିବା ସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା କରିଛନ୍ତି । କଂଗ୍ରେସ କ୍ଷମତାକୁ ଆସିଲେ ଏକ ବର୍ଷ ମଧ୍ୟୋର ୨୨ ଲକ୍ଷ ସରକାରୀ ଚାକିରି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ । କେବଳ ପ୍ରତିଶ୍ରୁତି ଦେଇ ନାହାନ୍ତି ରାହୁଲ, ପୂରଣ କରିବା ପାଇଁ ତାରିଖ ମଧ୍ୟ ଦେଇଛନ୍ତି । କଂଗ୍ରେସ ଦଳ କ୍ଷମତାକୁ ଆସିଲେ ଆସନ୍ତା ବର୍ଷ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ୨୨ ଲକ୍ଷ ସରକାରୀ ଚାକିରି ସୁଯୋଗ ଦିଆଯିବ ।
image courtesy - en.wikipedia.orgମୋଦି ସରକାରଙ୍କୁ ରୋଜଗାର ମୁଦ୍ଦାରେ ଘେରିବା ସହ ଲୋକସା ନିର୍ବାଚନର ଠିକ ଦଶ ଦିନ ପୂର୍ବରୁ ଏପରି ଘୋଷଣା କରିଛନ୍ତି ରାହୁଲ ଗାନ୍ଧୀ । ରାହୁଲଙ୍କ ଏହି ଘୋଷଣା ଗୁରୁତ୍ୱ ବହନ କରୁଛି । ଟ୍ୱିଟ ଜରିଆରେ ଏହି ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି ବର୍ତ୍ତମାନ ସମୟରେ ଦେଶରେ ପାଖାପାଖି ୨୨ ଲକ୍ଷ ସରକାରୀ ଚାକିରି ପାଇଁ ପଦବୀ ଖାଲି ପଡ଼ିଛି । ରାହୁଲ କହିଛି କଂଗ୍ରେସ ସରକାରେ ଗଡ଼ିଲେ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତି ସମସ୍ତ ପଦବୀ ପୂରଣ କରାଯିବ ।
https://www.hindustantimes.com/ଏହାପୂର୍ବରୁ ଗତକାଲି ଆନ୍ଧ୍ରପ୍ରଦେଶ ବିଜୟୱାଡ଼ାରେ ମଧ୍ୟ ଅନେକ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ଗାନ୍ଧୀ । ଲୋକସଭା ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ ଦାରିଦ୍ର୍ୟ ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ୍ ହେବ । ଆନ୍ଧ୍ର ପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଗରିବମାନଙ୍କ ପ୍ରତି ଆଦୌ ଦରଦ ନାହିଁ ବୋଲି କହି କାଲି ବର୍ଷିଥିଲେ ରାହୁଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/RAHUL_00000.jpg)