ପାରମ୍ପରିକ ଆସନ ଆମେଠି ପାଇଁ ନାମାଙ୍କନ ଭରିଲେ ରାହୁଲ ! ବିଶାଳ ରୋଡ଼ ସୋ’ରେ ଆସି ମାଆ ଓ ଉଭଣୀଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ଅଧ୍ୟକ୍ଷ

109

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ଆମେଠିରୁ ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ଅଧ୍ୟକ୍ଷ । ମାଆ ଓ ଉଭଣୀଙ୍କ ଉପସ୍ଥିତିରେ ରାହୁଲ ତାଙ୍କର ପାରମ୍ପରିକ ଆସନ ଆମେଠରୁ ଭରିଛନ୍ତି ନାମାଙ୍କନ । କେରଳର ୱାଏନାଡା ଆସନ ପରେ ରାହୁଲ ଆମେଠିରୁ ଭରିଛନ୍ତି ନାମାଙ୍କନ ପତ୍ର । ପ୍ରଥମ ଥର ପାଇଁ ରାହୁଲ ୨ଟି ଆସନରୁ ଲଢୁଛନ୍ତି ଲୋକସଭା ।

ତେବେ ନାମାଙ୍କନ ପତ୍ର ଭରିବା ପୂର୍ବରୁ ଆମେଠିରେ ବିଶାଳ ରୋଡ଼ ସୋ’ କରଥିଲେ ରାହୁଲ । ରୋଡ ସୋରେ ଆସି ରାହୁଲ ଭରିଲେ ନାମାଙ୍କନ । ଆମେଠି ରୋଡ ସୋରେ ଦେଖିବାକୁ ମିଳିଲା ୭୨ ହଜାର ପତାକା । ସବୁଥିରେ ଚିତ୍ରିତ ଥିଲା ‘ନ୍ୟାୟ’ । କହିବାକୁ ଗଲେ ପୁରା ଆମେଠି ରୋଡ୍ ସୋ ନ୍ୟାୟ ପତାକାରେ ଛାଇ ଯାଇଥିଲା । ମାଆ ସୋନିଆ ରୋଡ ସୋରେ ସାମିଲ ନହୋଇ ସିଧା ଆସିଥିଲେ କଲେକ୍ଟର ଅଫିସ । ଏଠାରେ ମାଆ ଓ ଭଉଣୀଙ୍କ ଉପସ୍ଥିତିରେ ରାହୁଲ, ଭରିଛନ୍ତି ନାମାଙ୍କନ । ଆଉ ଚତୁର୍ଥ ଥର ପାଇଁ ଭାୟା ଆମେଠି ଦେଇ ସଂସଦ ପହଁଚିବାକୁ ଆଶା ରଖିଛନ୍ତି ରାହୁଲ । ପ୍ରଥମ ଥର ପାଇଁ ରାହୁଲ ଆମେଠି ଓ କେରଳର ୱାଏନାଡରୁ ଲଢୁଛନ୍ତି ଲୋକସଭା ନିର୍ବାଚନ । ତେବେ ଏଥର ରାହୁଲଙ୍କୁ ଆମେଠିର ଜନତା ପ୍ରତ୍ୟାଖାନ କରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ।

ଆମେଠି ଗାନ୍ଧି ପରିବାରର ପାରମ୍ପରିକ ଗଡ । ଗତ ୧୫ ବର୍ଷ ଧରି ଏଠାରୁ ନିର୍ବାଚିତ ହୋଇ ଆସୁଛନ୍ତି ରାହୁଲ ଗାନ୍ଧି । ୧୯୯୯ରୁ ୨୦୦୪ ଯାଏଁ ସୋନିଆ ଗାନ୍ଧି ଏଠାରୁ ନିର୍ବାଚନ ଜିତିଥିଲେ । ୨୦୦୪ ଠାରୁ ଏଯାଏଁ ରାହୁଲ ରହିଛନ୍ତି ସାଂସଦ । ତେବେ ଏଥର ରାହୁଲ ଓ ସ୍ମୃତି ଇରାନୀଙ୍କ ମଧ୍ୟରେ କଡା ଟକ୍କର ହେବା ଅନୁମାନ କରାଯାଉଛି ।