ଅଜୟ ରାୟଙ୍କୁ କଂଗ୍ରେସ ପ୍ରାର୍ଥୀ କରିବା ପରେ ଅରୁଣ ଜେଟଲୀଙ୍କ କଡା ଟିପ୍ପଣୀ : କହିଲେ,ପରାଜୟ ଭୟରେ ମଇଦାନ ଛାଡିଦେଲେ ଗାନ୍ଧୀ ପରିବାରର ଝିଅ

114

କନକ ବ୍ୟୁରୋ : ବାରଣାସୀରେ ମୋଦିଙ୍କ ବିରୋଧରେ କାହିଁକି ୱାକଆଉଟ୍ କଲେ ପ୍ରିୟଙ୍କା ଗାନ୍ଧି । କଂଗ୍ରେସର ବିଦେଶ ବ୍ୟାପାର ମୁଖ୍ୟ ସାମ ପିଟ୍ରୋଡା ଏହାକୁ ପ୍ରିୟଙ୍କାଙ୍କ ବ୍ୟକ୍ତିଗତ ନିଷ୍ପତି କହୁଥିବାବେଳେ ଅନେକ ଥିଓରୀ ଉପରେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ଚର୍ଚ୍ଚା ଏଇଥିପାଇଁ ଯେ, ବାରଣାସୀରୁ ପ୍ରିୟଙ୍କା ଲଢ଼ିପାରନ୍ତି ବୋଲି ସମ୍ଭାବନାକୁ ହାୱା ଦେଉଥିଲେ ଉଭୟ ପ୍ରିୟଙ୍କା ଓ ଭାଇ ରାହୁଲ । ଅନୁମାନ କରାଯାଉଛି ବିଜେପିକୁ ଦ୍ୱନ୍ଦ୍ୱରେ ରଖିବା ପାଇଁ ଏହା କଂଗ୍ରେସର ଥିଲା ସୁଚିନ୍ତିତ ରଣନୀତି ।

ଏବେ ପ୍ରିୟଙ୍କା ବଦଳରେ ଅଜୟ ରାୟଙ୍କୁ କଂଗ୍ରେସ ପ୍ରାର୍ଥୀ କରିବା ପରେ କଡା ଟିପଣୀ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । କହିଛନ୍ତି ,ପରାଜୟ ଭୟରେ ମଇଦାନ ଛାଡିଦେଇଛନ୍ତି ଗାନ୍ଧି ପରିବାରର ଝିଅ । ନ୍ୟୁ ଇଣ୍ଡିଆରେ ଚଳିବନି ପରିବାରବାଦ । ଭାଇ ରାହୁଲ ଗାନ୍ଧି ପରାଜୟ ଭୟରେ ୱାୟନାଡକୁ ପଳାୟନ କରିଥିବାବେଳେ ପ୍ରିୟଙ୍କା ଗାନ୍ଧି ମଧ୍ୟ ପଳାୟନପନ୍ଥୀ ସାଜିଲେ ବୋଲି କହିଛନ୍ତି ଜେଟଲୀ ।