ପଶ୍ଚିମବଙ୍ଗରେ କଂଗ୍ରେସକୁ ଝଟକା ! ତୃଣମୂଳ କଂଗ୍ରେସରେ ସାମିଲ ହେଲେ ସାଂସଦ ମୌସମ୍ ବେନଜିର ନୁର 

Advertisment
ପଶ୍ଚିମବଙ୍ଗରେ କଂଗ୍ରେସକୁ ଝଟକା ! ତୃଣମୂଳ କଂଗ୍ରେସରେ ସାମିଲ ହେଲେ ସାଂସଦ ମୌସମ୍ ବେନଜିର ନୁର 

https://indianexpress.com

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି । ମାଲଦା(ଉତ୍ତର)ରୁ ଦଳର ସାଂସଦ ମୌସମ୍ ବେନଜିର ନୁର ଗତକାଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ତୃଣମୂଳ କଂଗ୍ରେସରେ ଯୋଗଦେଇଛନ୍ତି । ମୌସମ୍ ନୁର ମାଲଦା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ପ୍ରଖ୍ୟାତ ଦିବଙ୍ଗଦ କଂଗ୍ରେସ ନେତା ଏବିଏ ଗନି ଖାନ୍ ଚୌଧୁରୀଙ୍କ ଝିଆରୀ ନୁର ରାଜ୍ୟ ସଚିବାଳୟରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମମତା ବାନାର୍ଜୀଙ୍କୁ ଭେଟି ଔପଚାରିକ ଭାବେ ଟିଏମସିର ସଦସ୍ୟତା ଗ୍ରହଣ କରିଛନ୍ତି ।

୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ୪୨ ଟି ଲୋକସଭା ଆସନମଧ୍ୟରୁ ମାତ୍ର ଚାରିଟିରେ ବିଜୟୀ ହୋଇଥିଲା। ଟିଏମସିରେ ସାମିଲ ହେବା ପରେ ନୁର କହିଛନ୍ତି ଯେ ମମତାଙ୍କ ଦ୍ୱାରା ପ୍ରଭାବିତ ହୋଇ ଏବଂ ରାଜ୍ୟର ବିକାଶ ପାଇଁ ଦଳରେ ସାମିଲ ହୋଇଛନ୍ତି । ସେ ଏଥର ପୁନର୍ବାର ମାଲଦା (ଉତ୍ତର)ରୁ ଟି.ଏମ୍ .ସି ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢ଼ିବେ। ଆଗାମୀ ନିର୍ବାଚନରେ ତୃଣମୂଳ କଂଗ୍ରେସ ୪୨ ରୁ ୪୨ଟି ଆସନରେ ବିଜୟୀ ହେବ ବୋଲି ସେ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe