କଂଗ୍ରେସ ପରାଜୟର କାରଣ ଖୋଜୁଛି କଂଗ୍ରେସ : ରାଜ୍ୟ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ, ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତିଙ୍କ ସମେତ ବିଜୟୀ ଓ ପରାଜିତ ପ୍ରାର୍ଥୀ ସାମିଲ

228

କନକ ବ୍ୟୁରୋ : ନିର୍ବାଚନରେ ପରାଜୟର କାରଣ ଖୋଜୁଛି କଂଗ୍ରେସ । ସାଧାରଣ ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଛି । ତେବେ ଏତେ ବଡ଼ ବିପର‌୍ୟ୍ୟୟ ପଛର କାରଣ କ’ଣ ହୋଇପାରେ ତାକୁ ନେଇ ଦଳ ପକ୍ଷରୁ ଆରମ୍ଭ ହୋଇଛି ମାନସ ମନ୍ଥନ । ଉଭୟ ଲୋକସଭା ଏବଂ ବିଧାନସଭାରେ କଂଗ୍ରେସର ପ୍ରଦର୍ଶନ ନିରାଶାଜନକ ରହିଛି । ଏଥିପାଇଁ ସମୀକ୍ଷା ବୈଠକ ବସିଛି । ବୈଠକରେ ବିଜୟ ପ୍ରାର୍ଥୀ , ପରାଜିତ ପ୍ରାର୍ଥୀ, ପିସିସି କର୍ମକର୍ତ୍ତା, ଜିଲ୍ଲା ସଭାପତି ଓ ୨୧ ଜଣିଆ ତଥ୍ୟ ଅନୁସନ୍ଧାନକାରୀ କମିଟି ବୈଠକରେ ସାମିଲ ହୋଇଛନ୍ତି । ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ଅଧ୍ୟକ୍ଷତାରେ ବୈଠକ ଚାଲିଛି । ଆଗାମୀ ଦିନରେ କଂଗ୍ରେସ କେମିତି ସୁଦୃଢ ହେବ ସେ ନେଇ ବୈଠକରେ ରଣନୀତି ପ୍ରସ୍ତୁତ କରାଯିବ ।ବୈଠକରେ କଂଗ୍ରେସ ବିଧାୟକ ଦଳ ନେତା ମଧ୍ୟ ଚୟନ କରାଯିବ ।

ସୂଚନାଯୋଗ୍ୟ ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସର ବଡ଼ ବଡ଼ ନେତାମାନେ ପରାଜିତ ହେବାସହ ପିସିସି ସଭାପତି ୨ଟି ଯାକ ଆସନରୁ ପରାଜିତ ହୋଇଛନ୍ତି । ମୋଟ୍ ୨୧ଟି ଲୋଭସଭା ଆସନରୁ କଂଗ୍ରେସ ହାତକୁ ମାତ୍ର ଗୋଟିଏ ଆସନ ଯାଇଛି । ଅନ୍ୟପଟେ ବିଧାନସଭାର ୧୪୬ ଟି ଆସନରୁ ୯ ଟି ଆସନ ଅକ୍ତିଆର କରିପାରିଛି ।