କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ଲାନ ! କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଜାରି କଲେ ଘୋଷଣାପତ୍ର

47

କନକ ବ୍ୟୁରୋ : କର୍ଣ୍ଣାଟକ ପାଇଁ କଂଗ୍ରେସର ପ୍ଲାନ । ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଘୋଷଣାପତ୍ର ଜାରି କରିଛନ୍ତି । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ମେଙ୍ଗୁଲୁରୁରେ ଏହି ଘୋଷଣାପତ୍ର ଜାରି କରାଯାଇଛି । ରାହୁଲ କହିଛନ୍ତି, ବନ୍ଦ କୋଠରୀରେ ନୁହେଂ , ବରଂ କର୍ଣ୍ଣାଟକର ଲୋକଙ୍କୁ ପଚାରି ଘୋଷଣାପତ୍ର ପ୍ରସ୍ତୁତ ହୋଇଛି । ଘୋଷଣାପତ୍ର ଜାରି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧି ।

rahul

ସେ କହିଛନ୍ତି, ମୋଦି ମନର କଥା କହୁଛନ୍ତି, କିନ୍ତୁ ଘୋଷଣାପତ୍ରରେ କର୍ଣ୍ଣାଟକ ଲୋକଙ୍କ ମନର କଥା ରହିଛି । କଂଗ୍ରେସ ସଭାପତି ୨ ଦିନିଆ କର୍ଣ୍ଣାଟକ ଗସ୍ତରେ ଅଛନ୍ତି । ଆଜି ସେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । ମନ୍ଦିର ଦର୍ଶନ କରିବା ସହ ଜନସଭାକୁ ବି ସମ୍ବୋଧିତ କରିବେ । ଆସନ୍ତାମାସ ୧୨ ତାରିଖରେ କର୍ଣ୍ଣାଟକର ୨୨୪ ଆସନ ପାଇଁ ଭୋଟଦାନ ହେବ । ୧୫ରେ ହେବ ଭୋଟଗଣତି । ରାଜ୍ୟରେ କଂଗ୍ରେସ, ବିଜେପି ଓ ଧର୍ମନିରପେକ୍ଷ ଜନତା ଦଳ ମଧ୍ୟରେ ତ୍ରିମୁଖୀ ଲଢେଇ ହେଉଛି । ଅଧିକାଂଶ ସର୍ଭେରେ କର୍ଣ୍ଣାଟକରେ ଝୁଲା ବିଧାନସଭା ହେବ ବୋଲି ପୂର୍ବାନୁମାନ କରାଯାଇଛି । ସିଦ୍ଧରମୈୟାଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ରାଜ୍ୟରେ କ୍ଷମତାରେ ରହିଛି ।