ଟ୍ରେଣ୍ଡ ଅନୁସାରେ ରାଜ୍ୟରେ କଂଗ୍ରେସର ପ୍ରଦର୍ଶନ ନିରାଶାଜନକ : ୨.୩୦ ସୁଦ୍ଧା ମାତ୍ର ୩ଟି ବିଧାନସଭା ଆସନରେ ଆଗୁଆ ରହିଛି ଦଳ

କାହିଁକି ହାରିଲା କଂଗ୍ରେସ । ଗଣେଶ୍ୱର କହିଲେ, ଅର୍ନ୍ତଦ୍ୱନ୍ଦ ପାଇଁ ଭୋଟରଙ୍କ ଭରସା ଜିତିପାରିଲାନି ଦଳ, ଦେଖିଲା ପରାଜୟର ଦ୍ୱାର ।

କନକ ବ୍ୟୁରୋ : ଟ୍ରେଣ୍ଡ ଅନୁସାରେ ୨୦୧୯ ନିର୍ବାଚନରେ ରାଜ୍ୟରେ କଂଗ୍ରେସର ପ୍ରଦର୍ଶନ ନାହିଁ କହିଲେ ଚଳେ । ରାଜ୍ୟରେ ଚଳିତ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ନୈରାଶଜନକ ହୋଇଛି । ଟ୍ରେଣ୍ଡ୍ ଅନୁସାରେ ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ କୌଣସି ଗୋଟିଏ ଆସନରେ ବି ଦଳର ପ୍ରାର୍ଥୀ ଆଗୁଆ ନାହାନ୍ତି । କେବଳ ନବରରଙ୍ଗପୁର ଲୋକସଭା ଆସନରେ ଦଳୀୟ ପ୍ରାର୍ଥୀ ପ୍ରଦୀପ ମାଝୀ କଡ଼ା ଟକ୍କର ଦେଉଛନ୍ତି। କୋରାପୁଟରେ ସପ୍ତଗିରି ଉଲକା କିଛି ରାଉଣ୍ଡରେ ଆଗରେ ଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ କିଛି ସ୍ପଷ୍ଟ କହିହେଉନାହିଁ ।

ସେହିପରି ବିଧାନସଭା ନିର୍ବାଚନରେ ଦଳର ଫଳାଫଳ ଭଲ ହୋଇନାହିଁ । ଟ୍ରେଣ୍ଡ୍ ଅନୁସାରେ ଦଳର ପ୍ରାର୍ଥୀ ୧୪୭ଟି ବିଧାନସଭା ଆସନ ମଧ୍ୟରୁ ମାତ୍ର ୧୦ଟିରେ ଆଗୁଆ ରହିଛି । ଗତଥର ଦଳ ୧୬ଟି ଆସନ ଜିତି ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଥିଲା । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ବିରୋଧୀ ଦଳ ନେତା ହୋଇଥିଲେ । ଏଥର ନରସିଂହ ମିଶ୍ର ବଲାଙ୍ଗୀର ବିଧାନସଭା ଆସନରେ କଡ଼ା ଟକ୍କର ଦେଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe