ପରଲୋକରେ ବରିଷ୍ଠ କଂଗ୍ରେସ ନେତା ଦୁର୍ଗାଶଙ୍କର ପଟ୍ଟନାୟକ !

36

ପୂର୍ବତନ ମନ୍ତ୍ରୀ, ବରିଷ୍ଠ କଂଗ୍ରେସ ନେତା, କ୍ରୀଡା ସଂଗଠକ ଦୁର୍ଗାଶଙ୍କର ପଟ୍ଟନାୟକଙ୍କ ଆଜି ସକାଳେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା । ଶ୍ରୀ ପଟ୍ଟନାୟକ ୧୯୩୯ ମସିହାରେ ସମ୍ବଲପୁର ପଟ୍ଟନାୟକପଡାରେ ଜନ୍ମଗ୍ରହଣ କରିଥିଲେ । ସେ ସମ୍ବଲପୁରରୁ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୫ରେ ସେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିିଲେ ।

ସେହିପରି ସମ୍ବଲପୁର କ୍ରୀଡା ସଂଘର ସାଧାରଣ ସମ୍ପାଦକ, ସମ୍ବଲପୁର ବିଶ୍ୱବିଦ୍ୟାଳୟର କର୍ମଚାରୀ ସଂଘର ସଭାପତି ଭାବେ ମଧ୍ୟ ସେ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହୋଇଛନ୍ତି । ଗତ କିଛି ଦିନ ଜଳେ ସେ ପଡିଯିବାରୁ ତାଙ୍କର ଗୋଡ ଭାଙ୍ଗି ଯାଇଥିଲା । ଅପରେସନ ପରେ ସେ ଘରକୁ ଫେରିଥିଲେ । ପରେ ତାଙ୍କର ସେପ୍ଟିସେମିଆ ହେବା ସହ କିଡନୀରେ ସମସ୍ୟା ଦେଖାଯିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ୱିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ସମୟରେ ଆଜି ଭୋର ସାଢେ ୪ ଟାରେ ତାଙ୍କର ପରଲୋକ ଘଟିିିଛି ।