ଅମିତ ଶାହଙ୍କ ବିରୋଧରେ ନିର୍ବାଚନ କମିସନଙ୍କ ନିକଟରେ ଫେରାଦ ହେଲା କଂଗ୍ରେସ ! ନାମାଙ୍କନ ଦାଖଲ ସମୟରେ ତଥ୍ୟ ଲୁଚାଇଥିବା ଅଭିଯୋଗ

106

କନକ ବ୍ୟୁରୋ : ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହଙ୍କ ବିରୋଧରେ ନିର୍ବାଚନ କମିସନଙ୍କ ନିକଟରେ ଫେରାଦ ହେଲା କଂଗ୍ରେସ । ନାମାଙ୍କନ ଦାଖଲ ସମୟରେ ସଠିକ ତଥ୍ୟ ଲୁଚାଇବା ଅଭିଯୋଗ କରି ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ । ଗାନ୍ଦୀନଗରରୁ ଶାହଙ୍କୁ ନିର୍ବାଚନ ଲଢ଼ିବା ପାଇଁ ନିର୍ବାଚନ କମିସନ୍ ଅଯୋଗ୍ୟ େଘୋଷଣା କରନ୍ତୁ ବୋଲି ଦାବି କରିଛି କଂଗ୍ରେସ । ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ରରେ ଗାନ୍ଧୀନଗରରେ ଏକ ଫ୍ଲାଟର ମୂଲ୍ୟ କମ ଦେଖିାଇବା ଅଭିଯୋଗ ହୋଇଛି ।

କଂଗ୍ରେସ ଆଶାୟୀ ପ୍ରାର୍ଥୀ ସିଜେ ଚାୱଡ଼ା ଶାହଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ନିର୍ବାଚନ କମିସନଙ୍କ ନିକଟରେ ଦାବି କରିଥିଲେ । ହେଲେ ଜିଲ୍ଲା ନିର୍ବାଚନ ଅଧିକାରୀ ଏସ ମେ ଲାଙ୍ଗା କଂଗ୍ରେସ ଆଶାୟୀ ପ୍ରାର୍ଥୀଙ୍କ ଦାବିଙ୍କୁ ଖାରଜ କରିଦେଇଛନ୍ତି ।

ସୂଚନାଯୋଗ୍ୟ କାଗଜପତ୍ର ଯାଂଚରେ ସମୟରେ ଚାୱଡ଼ା ଶୁକ୍ରବାର ଶାହଙ୍କ ପ୍ରାର୍ଥୀତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ । ସେ ଦାବି କରିଛନ୍ତି ଶାହ ରାଜ୍ୟସଭା ନିର୍ବାଚନ ଲଢ଼ିବା ସମୟରେ ଘୋଷଣା କରିଥିଲେ ପୁଅ କମ୍ପାନୀ ପାଇଁ ନିଜର ସମ୍ପତ୍ତି ବନ୍ଧକ ରଖି ୨୫ କୋଟି ଟଙ୍କା ଋଣ ନେଇଥିଲେ । ତେବେ ଚଳିତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ସମୟରେ ଏବିଷୟରେ କୌଣସି ସୂଚନା ନାହିଁ । ଅନ୍ୟପଟେ ବିଜେପି ଏହାର କଡ଼ା ଜବାବ ଦେଇଛି । ଅମିତ ଶାହଙ୍କ ଛବି ଖରାପ କରିବା ପାଇଁ ଏପରି ଷଡ଼ଯନ୍ତ୍ର କରାଯାଉଛି ବୋଲି ବିଜେପି ପାଲଟା ଜବାବ ଦେଇଛି ।