ବିଜେପୁର ଉପନିର୍ବାଚନ ସରଗରମ ! ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ

Advertisment
ବିଜେପୁର ଉପନିର୍ବାଚନ ସରଗରମ ! ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ । ଆଜି ନାମାଙ୍କନ ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିବେ ପ୍ରଣୟ । କଂଗ୍ରେସ ନେତା, କର୍ମୀ ଓ ସମର୍ଥକଙ୍କ ସହ ପ୍ରଣୟ ସାହୁ ଉପଜିଲ୍ଲାପାଳଙ୍କ ପାଖରେ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି । ତିନି ଦଳର ଯୋଦ୍ଧା ପ୍ରସ୍ତୁତ ଥିବା ବେଳେ ଏଥର ବିଜେପୁରରେ ତ୍ରିମୁଖୀ ଲଢେଇ ହେବ ବୋଲି ଚର୍ଚ୍ଚା ହେଉଛି । ବିଜେପୁର ଉପ-ନିର୍ବାଚନର ଅନ୍ତିମ ଦିନରେ ନାମାଙ୍କନ ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ । ଗାଇସିଲଟ ବ୍ଲକର ଉପାଧ୍ୟକ୍ଷ ତଥା ବିଜେପୁର ନିର୍ବାଚନ ମଣ୍ଡଳୀରେ ପ୍ରଭାବ ରଖିଥିବା ପ୍ରଣୟ ସାହୁଙ୍କୁ ଶେଷ ମୁହୁର୍ତ୍ତରେ କଂଗ୍ରେସ ପ୍ରାର୍ଥୀ କରି ଗୋଟିଏ ବଡ ଧରଣର କାର୍ଡ ଖେଳିଛି । ରାଜ୍ୟ କଂଗ୍ରେସର ତମାମ ବରିଷ୍ଠ ନେତା ପ୍ରଣୟଙ୍କ ନାମାଙ୍କନରେ ସାମିଲ ହେବାକୁ ବିଜେପୁର ଯାଇଛନ୍ତି । ବିଜେପି ଓ ବିଜେଡି ଭଳି ବିଜେପୁର ମାଟିରେ ଦମ୍ ଦେଖାଇବାକୁ ପ୍ରଣୟ ବଡଧରଣର ଉଦ୍ୟମ ଆରମ୍ଭ କରିଛନ୍ତି । ଗତକାଲି ବିଜେଡି ପ୍ରାର୍ଥୀ ତଥା ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଶାଳ ରାଲିରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଥିଲେ ରୀତା ସାହୁ । ପୂର୍ବରୁ ଶୁକ୍ରବାର ଦିନ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି ।

ଏପଟେ ବିଜେପୁର ବାଜି ଜିତିବାକୁ ଭାରତୀୟ ଜନତା ପାର୍ଟି କରିଛି ମାଷ୍ଟର ପ୍ଲାନ । ଷ୍ଟାର କ୍ୟାମ୍ପେନରଙ୍କ ଏକ ଲମ୍ବା ତାଲିକା ପ୍ରସ୍ତୁତ କରିଛି ଭାରତୀୟ ଜନତା ପାର୍ଟି । ମିଳିଥିବା ସୂଚନା ଅନୁସାରେ ବିଜେପିର ବିଜେପୁର ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ପ୍ରଚାର କରିବେ ସୁପର ନାଇନ । ୯ ଜଣ କେନ୍ଦ୍ରମନ୍ତ୍ରୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ଭୋଟ ମାଗିବାକୁ ବିଜେପୁରରେ ପହଂଚିବେ । ଏମାନେ ହେଉଛନ୍ତି, କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ, ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ରାଧାମୋହନ ସିଂହ, ଲୋକସଭାରେ ବିଜେପି ସାଂସଦ ତଥା ପୂର୍ବତନ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର, ସାଂସଦ ସାଧ୍ୱୀ ନିରଞ୍ଜନ ଏବଂ ଓଡିଶାର ଦୁଇ କେନ୍ଦ୍ର ମନ୍ତ୍ରୀ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe