୩ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ ! ପିପିଲିରୁ ଅଜିତ ମଙ୍ଗରାଜ, ଖୋର୍ଦ୍ଧାରୁ ସ୍ୱାଗତିକା ଓ ଖଣ୍ଡପଡ଼ାରୁ ବସନ୍ତଙ୍କୁ ଟିକେଟ ଦେଲା ଦଳ

364

କନକ ବ୍ୟୁରୋ : ତିନୋଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପିପିଲିରୁ ଅଜିତ ମଙ୍ଗରାଜଙ୍କୁ ଟିକେଟ ମିଳିଥିବା ବେଳେ ଖୋର୍ଦ୍ଧାରୁ ସ୍ୱାଗତିକା ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି ଦଳ ।  ଅନ୍ୟପଟେ ଖଣ୍ଡପଡ଼ାରୁ ବସନ୍ତ କୁମାର ମହାରଣାଙ୍କୁ ଟିକେଟ ଦେଇଛି କଂଗ୍ରେସ ।

ପୂର୍ବରୁ ପିପିଲି ପାଇଁ ଯୁଧିଷ୍ଠିର ସାମନ୍ତରାୟଙ୍କ ପିପିଲି ପାଇଁ ଟିକେଟ ମିଳିଥିବା ବେଳେ ସେ ନିର୍ବାଚନ ଲଢ଼ିବା ପାଇଁ ମନା କରିଦେଇଥିଲେ । ପିପିଲି ବିଧାନସଭା ଆସନ ପାଇଁ କଂଗ୍ରେସ ଯୁଧିଷ୍ଠିର ସାମନ୍ତରାୟଙ୍କୁ ପ୍ରାର୍ଥୀ କରିଥିବା ବେଳେ ଚଳିତ ନିର୍ବାଚନରୁ ସେ ଓହରିଯାଇଛନ୍ତି । ଜାଣି ଶୁଣି ବିଳମ୍ବରେ ଟିକେଟ ଦିଆଯାଇଛି ଅଭିଯୋଗ କରି ନିର୍ବାଚନ ଲଢ଼ିବା ପାଇଁ ମନା କରିଦେଇଥିଲେ ଯୁଧିଷ୍ଠିର । ତେଣୁ ତାଙ୍କ ବଦଳରେ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଅନ୍ୟପଟେ ବିଜେଡି ପୁଣି ଥରେ ଏହି ଆସନରୁ ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ପ୍ରାର୍ଥୀ କରିଛି ।

ସେପଟେ ଖୋର୍ଦ୍ଧାରୁ ସ୍ୱାଗତିକା ପଟ୍ଟନାୟକଙ୍କୁ ଟିକେଟ ଦେଇଛି ଦଳ । ଗତ ନିର୍ବାଚନରେ ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ ପ୍ରାର୍ଥୀ କରିଥିଲା ଦଳ । ହେଲେ ଏଥର ଖୋର୍ଦ୍ଧା ପାଇଁ ପ୍ରାର୍ଥୀ ବଦଳାଇଛି ଦଳ । ସୂଚନାଯୋଗ୍ୟ ୨୦୧୪ରେ ବିଜେଡ଼ି ଟିକେଟରୁ ରାଜେନ୍ଦ୍ର କୁମାର ସାହୁ ନିର୍ବାଚନ ଜିତିଥିଲେ । ସେପଟେ ଖଣ୍ଡପଡ଼ାରେ ଗତ ନିର୍ବାଚନରେ ବିନୋଦିନୀ ମହାନ୍ତିଙ୍କୁ ଟିକେଟ ଦେଇଥିବା ବେଳେ ଏଥର ବସନ୍ତ କୁମାର ମହାରଣାଙ୍କୁ ଟିକେଟ ଦେଇଛି ଦଳ ।