ସ୍ମୃତି ଇରାନୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ! କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

243

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ । ସ୍ମୃତି ଇରାନୀ ଦୁର୍ନୀତିିରେ ଲିପ୍ତ ଅଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ସ୍ମୃତି ଇରାନୀ ସାଂସଦ ନିଧି ଯୋଜନାରେ ଆର୍ଥିକ ଅନିମିତତା କରିଛନ୍ତି । ସେଥିପାଇଁ ତୁରନ୍ତ ଦଳରୁ ଇସ୍ତଫା ଦିଅନ୍ତୁ ବୋଲି ମୋଦିଙ୍କ ନିକଟରେ ଦାବି କରିଛି କଂଗ୍ରେସ । ଏହାବ୍ୟତୀତ ସ୍ମୃତିଙ୍କ ବିରୋଧରେ ଭ୍ରଷ୍ଟାଚାର ବିରୋଧୀ ଆଇନ୍ ଅନୁସାରେ ମାମଲା ଦାୟର କରାଯାଉ ବୋଲି ମଧ୍ୟ କହିଛି ।

ଆଜି କଂଗ୍ରେସ ନେତା ଶକ୍ତି ସିଂ ଗୋହିଲ ଓ ରଣଦୀପ ସୁରଜେଓ୍ବାଲ ସ୍ୱୃତି ଇରାନୀଙ୍କ ଉପରେ ଦୁର୍ନୀତି ଅଭିଯୋଗ ଆଣିିଛନ୍ତି । ଶକ୍ତି ସିଂହ କହିଛନ୍ତି ପ୍ରଧାନମନ୍ତ୍ରୀ କହିଥିଲେ ନାଁ ମୁଁ ଖାଏ, ନା କାହାକୁ ଖାଇବା ପାଇଁ ଦେବି । ହେଲେ ପ୍ରକୃତ କଥା ହେଲା ପ୍ରଧାନମନ୍ତ୍ରୀ ଓ ତାଙ୍କ ପାଖ ଲୋକାମନେ କୋଟି କୋଟି ଟଙ୍କାରୁ କମ ଖାଆନ୍ତି ନାହିଁ । ସତ କହୁଥିବା ଲୋକଙ୍କୁ ଶାନ୍ତିରେ ରହିବାକୁ ଦିଅନ୍ତି ନାହିଁ । ସ୍ମୃତି ଇରାନୀ ସାଂସଦ ହେବାପରେ ଏକ ଗାଁକୁ ପୋଷ୍ୟ ଗ୍ରହଣ କରିଥିଲେ । ତେବେ କଂଗ୍ରେସର ଅଭିଯୋଗ କରିଛି ସ୍ମୃତି ଗାଁକୁ ପୋଷ୍ୟ ଗ୍ରହଣ କରିନଥିଲେ ବରଂ ଗାଁ ପାଇଁ ଆସୁଥିବା ଟଙ୍କାକୁ ନିଜ ପକେଟରେ ରଖିନେଇଥିଲେ । ସେଠାରେ ସାଂସଦ ନିଧି ଯୋଜନା ଅନୁସାରେ ଆସୁଥିବା ଟଙ୍କାକୁ ଆତ୍ମସାତ କରିଛନ୍ତ ସ୍ମୃତିି ।

ସୁରଜେୱାଲା କହିଛନ୍ତି ଭାରତୀୟ ଜନତା ପାର୍ଟି ଭୟମୁକ୍ତ ଭାବେ ଭ୍ରଷ୍ଟାଚାରରେ ଲିପ୍ତ । ସ୍ମୃତି ଇରାନୀ ମନ୍ତ୍ରୀପଦରୁ ତୁରନ୍ତ ଇସ୍ତଫା ଦିଅନ୍ତୁ । ଏବଂ ତାଙ୍କ ବିରୋଦରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।