ପ୍ରଧାନମନ୍ତ୍ରୀ ମୋଦିଙ୍କ ପରି ଦୁଇଟି ଆସନରୁ ଲଢିପାରନ୍ତି ରାହୁଲ ଗାନ୍ଧୀ ! ଆମେଠି ସହ ଦକ୍ଷିଣ ଭାରତର କୌଣସି ଆସନକୁ ଦ୍ୱିତୀୟ ସିଟ ଭାବେ ବାଛିପାରନ୍ତି କଂଗ୍ରେସ ଅଧ୍ୟକ୍ଷ

154

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରି ୨ଟି ଲୋକସଭା ଆସନରୁ ଲଢିପାରନ୍ତି ରାହୁଲ ଗାନ୍ଧୀ । ଏଭଳି ସମ୍ଭାବନାକୁ ନେଇ ଚର୍ଚ୍ଚା ଜୋରଦାର ହୋଇଛି । ନିର୍ବାଚନ ତାରିଖ ଘୋଷଣା ପରେ ପ୍ରଥମ ରାଜନୈତିକ ଦଳ ଭାବେ କଂଗ୍ରେସ ୧୫ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ଏଥିରେ ରାହୁଲ ଗାନ୍ଧୀ ଆମେଠିରୁ ଓ ମା’ ସୋନିଆ ଗାନ୍ଧୀ ରାଇବରେଲିରୁ ଲଢିବା ନେଇ ଘୋଷଣା କରାଯାଇଥିଲା । ୟୁପିର ୧୧ ଓ ଗୁଜରାଟ ୪ଟି ଆସନ ପାଇଁ ଲୋକସଭା ପ୍ରାର୍ଥୀ ଘୋଷଣା କରିଥିଲା କଂଗ୍ରେସ ଦଳ । ଆମ ତା’ପରେ ଦ୍ୱିତୀୟ ପର୍ଯ୍ୟାୟ ଆଉ ଗତକାଲି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ ।

ତେବେ ଚଳିତ ନିର୍ବାଚନରେ ରାହୁଲ ଗାନ୍ଧୀ ୨୦୧୯ର ନିର୍ଣ୍ଣାୟକ ଲଢେଇ ପାଇଁ କୌଣସି ରିସ୍କ ନୋବକୁ ଚାହୁଁ ନାହାନ୍ତି । ସେଥିଲାଗି ୟୁପିର ଆମେଠି ସମେତ ଦକ୍ଷିଣ ଭାରତର କୌଣସି ଏକ ଲୋକସଭା ଆସନରୁ ମଧ୍ୟ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁସାରେ ମହାରାଷ୍ଟ୍ରର କୌଣସି ଆସନକୁ ଦ୍ୱିତୀୟ ଆସନ ଭାବେ ବାଛିପାରନ୍ତି ରାହୁଲ ଗାନ୍ଧୀ । ବିଶ୍ୱସ୍ତ ସୂଚନା ଅନୁସାରେ ରାହୁଲ ଗାନ୍ଧୀ ଆଉ ଏକ ଆସନରୁ ନିର୍ବାଚନ ଲଢ଼ିଲେ ଆଖପାଖ ସିଟରେ ମଧ୍ୟ ଲାଭ ମିଳିବାର ସମ୍ଭାବନା ରହିଛି ।

ବିଶେଷତଃ ଦକ୍ଷିଣ ଭାରତରେ ଯଦି ରାହୁଲ ନିଜର ଅସ୍ଥିତ୍ଵ ଜାହିର କରନ୍ତି ତେବେ ହିନ୍ଦୀ ଭାଷାଭାଷି ଅଞ୍ଚଳରେ କଂଗ୍ରେସକୁ ହେଉଥିବା କ୍ଷତି ଭରଣା ହୋଇପାରିବ ବୋଲି ଆଶା କରାଯାଉଛି । ରାହୁଲ ଗାନ୍ଧୀ କ୍ରମାଗତ ଭାବେ ତିନି ଥର ଉତ୍ତର ପ୍ରଦେଶର ଆମେଠି ଲୋକସଭା କ୍ଷେତ୍ରରୁ ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି। ୨୦୦୪,୨୦୦୯,୨୦୦୧୪ରେ ସେ ନିର୍ବାଚନ ଜିତିଛନ୍ତି । ପ୍ରଥମ ଥର ଏହି ସିଟରୁ ସେ ୨୦୦୪ ମେରେ ନିର୍ବାଚିତ ହୋଇଥିଲେ।

ସୂଚନାଯୋଗ୍ୟ ୨୦୧୪ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀ ଓ ବଡ଼ଦୋରା ଦୁଇଟି ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ। ରାହୁଲ ମଧ୍ୟ ଦୁଇଟି ଆସନରୁ ଲଢନ୍ତୁ ବୋଲି ଚାହୁଁଛି କଂଗ୍ରେସ ।